Posted inଜାତୀୟ

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ଆତଙ୍କବାଦୀ

ଶ୍ରୀନଗର,୩୦।୧୨-ଜାମ୍ମୁ-କାଶ୍ମୀରର ଶ୍ରୀନଗର ଉପକଣ୍ଠରେ ଥିବା ଲାଓପୋରାରେ ବୁଧବାର ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଆତଙ୍କବାଦୀ ଲୁଚି ରହିଥିବା ଖବରପାଇ ମଙ୍ଗଳବାର ସାରେ ସୁରକ୍ଷାକର୍ମୀ ଜାତୀୟ ରାଜପଥ ନିକଟସ୍ଥ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ଉଭୟଙ୍କ ପଟୁ ଗୁଳିବର୍ଷା ହୋଇଥିଲା। ପରେ ସୁରକ୍ଷା କର୍ମୀଙ୍କ ଗୁଳିରେ ଏକ ଘରେ ଲୁଚି ରହିଥିବା ତିନି ଜଣ ଆତଙ୍କବାଦୀ ଟଳିଥିଲେ। ଆଇଜି କୁମାର ବିଜୟ କୁମାର ଏହି ତିନି ଆତଙ୍କବାଦୀଙ୍କ ନିହତ ହୋଇଥିବା ନେଇ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଏହି ୩୧ ଜଣଙ୍କ ହେଲିକପ୍ଟର କେବେ ବି କରାଯାଏନି ଯାଞ୍ଚ, ନ ମାନିଲେ…

ନୂଆଦିଲ୍ଲୀ,୧୫।୧୧: ମହାରାଷ୍ଟ୍ର ନିର୍ବାଚନୀ ତାତି ମଧ୍ୟରେ ବିମାନ ଯାତ୍ରା ସମୟରେ କରାଯାଇଥିବା ଯାଞ୍ଚ ଏବେ ଜାତୀୟ ରାଜନୀତିରେ ଝଡ ସୃଷ୍ଟି କରିଛି। ନିକଟରେ ଯେତେବେଳେ ଶିବସେନା...

ସ୍ୱାମୀ ସ୍ତ୍ରୀ’ଙ୍କ କଳିରେ ମୁଣ୍ଡ ପୁରାଇ ଜୀବନ ହରାଇଲେ ବୃଦ୍ଧା

ନୂଆଦିଲ୍ଲୀ,୧୫ା୧୧: ସ୍ତ୍ରୀ’କୁ ଅମାନୁଷିକ ମାଡ଼ ମାରୁଥିଲେ ବ୍ୟକ୍ତି, ଝଗଡା ସମାଧାନ କରିବାକୁ ଯାଇ ଜୀବନ ହରାଇଲେ ବୃଦ୍ଧା। ବୁଧବାର ଏପରି ଏକ ଅଭାବନୀୟ ଘଟଣା ଘଟିଛି...

ଝାଡଖଣ୍ଡରୁ ଫେରୁଥିଲେ ମୋଦି, ହଠାତ୍‌ ମଝି ଆକାଶରେ ଦେଖାଗଲା ଯାନ୍ତ୍ରିକ ତ୍ରୁଟି

ରାଞ୍ଚି,୧୫।୧୧: ନିର୍ବାଚନ ରାଲି ପାଇଁ ଝାଡଖଣ୍ଡରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ତେବେ ସେଠାରୁ ଫେରିବାବେଳେ ତାଙ୍କ ସ୍ବତନ୍ତ୍ର ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ଏହି କାରଣରୁ...

ଝାଡ଼ଖଣ୍ଡରେ ଅଟକା ଗଲା ରାହୁଲ ଗାନ୍ଧୀଙ୍କ ବିମାନ, କାରଣ ଜାଣିଲେ…

ରାଞ୍ଚି,୧୫।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ପ୍ରଚାର କରିବାକୁ ଆସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ହେଲିକପ୍ଟରକୁ ଶୁକ୍ରବାର ଅଟକାଇ ଦିଆଯାଇଛି। କୁହାଯାଉଛି ଯେ କ୍ଲିୟରାନ୍ସ ଅଭାବରୁ...

ମାନିଲେ ଶରଦ ପାଓ୍ବାର, କହିଲେ ହଁ ଆମେ ଅମିତ ଶାହାଙ୍କୁ ଭେଟିଥିଲୁ…

ମୁମ୍ବାଇ,୧୫।୧୧: ମହାରାଷ୍ଟ୍ର ନିର୍ବାଚନ ସମୟରେ ଅଜିତ ପାୱାର ଏଭଳି ସୂଚନା ଦେଇଛନ୍ତି, ଯାହା ପରେ ଶରଦ ପାୱାରଙ୍କୁ ସ୍ପଷ୍ଟୀକରଣ ଦେବାକୁ ପଡିବ। ଅଜିତ ପାୱାରଙ୍କ ଦାବି...

ଟ୍ରେଣ୍ଡ୍‌ରେ ମୋଦି: ଏହି ଦେଶ ଦେବ ସର୍ବୋଚ୍ଚ ସମ୍ମାନ

ନୂଆଦିଲ୍ଲୀ, ୧୫।୧୧:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କାରବିଆନ୍‌ ଦେଶ ଡୋମିନିକା ନିଜର ସର୍ବୋଚ୍ଚ ଜାତୀୟ ସମ୍ମାନ ପ୍ରଦାନ କରିବ ବୋଲି ଗୁରୁବାର ଘୋଷଣା କରିଛି। କୋଭିଡ୍‌-୧୯ ମହାମାରୀ...

କାହିଁକି କପିଲ ଶର୍ମାଙ୍କ ଶୋ’ ଛାଡିଥିଲେ ସିଦ୍ଧୁ? ୫ ବର୍ଷ ପରେ କହିଲେ…

ମୁମ୍ବାଇ,୧୫।୧୧: ଦି କପିଲ ଶର୍ମା ଶୋ’ରେ ଜୋରରେ କରତାଳି ଦେବା ସହ ‘ଚକ ଦେ ଫଟ୍ଟେ’, ‘ଗୁରୁ’ ଭଳି ଶବ୍ଦ ସହିତ ଲୋକଙ୍କୁ ଖୁବ୍‌ ହସାଉଥିବା...

ଆର୍‌ଏସ୍‌ଏସ୍‌ ଏକ ଆତଙ୍କବାଦୀ ସଂଗଠନ: କଂଗ୍ରେସ ନେତାଙ୍କ ବିବାଦୀୟ ମନ୍ତବ୍ୟ

ପୁଣେ,୧୫।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪କୁ ନେଇ ରାଜ୍ୟରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। କଂଗ୍ରେସ ଏବଂ ଏହାର ସହଯୋଗୀମାନେ କ୍ରମାଗତ ଭାବରେ ଭାଜପାି ଏବଂ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri