କଶ୍ମୀର ଦ୍ୱିପାକ୍ଷିକ ପ୍ରସଙ୍ଗ: ରୁଷିଆ

ନୂଆଦିଲ୍ଲୀ,୭।୨: କଶ୍ମୀର ଆଉ ଏକ ପାଲେଷ୍ଟାଇନରେ ପରିଣତ ହେବାକୁ ଯାଉଥିବା ‘ରେଡ୍‌ଫିଶ୍‌ ଚ୍ୟାନେଲ’ର ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିଛି ରୁଷିଆ। ଏଭଳି ରିପୋର୍ଟକୁ ରୁଷିଆ କର୍ତ୍ତୃପକ୍ଷ ବେକାର କହିବା ସହ କଶ୍ମୀର ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ପ୍ରସଙ୍ଗ ବୋଲି ସ୍ପଷ୍ଟ କରିଛନ୍ତି।

ନିଜକୁ ବହୁ ଅନ୍ତର୍ଜାତୀୟ ପୁରସ୍କାର ବିଜେତା ଦର୍ଶାଉଥିବା ରେଡ୍‌ଫିଶ୍‌ ଡିଜିଟାଲ ମିଡିଆ ଛୋଟ ଓ ଗଭୀର ଡକ୍ୟୁମେଣ୍ଟ୍ରି ପ୍ରସ୍ତୁତ କରିବା ପାଇଁ ଜଣାଶୁଣା। ଏହି ଚ୍ୟାଲେନ ପକ୍ଷରୁ କଶ୍ମୀର ଉପରେ ଏକ ଡକ୍ୟୁମେଣ୍ଟ୍ରିର ଟ୍ରେଲର ଟୁଇଟ୍‌ କରାଯାଇଥିଲା। ଭିଡିଓର ଶିରୋନାମ ରଖାଯାଇଛି ‘କଶ୍ମୀର ନୂଆ ପାଲେଷ୍ଟାଇନ୍‌ ଭାବେ ଉଭା ହେବାକୁ ଯାଉଛି’।

ତେବେ କଶ୍ମୀର ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ। ଏଭଳି ଦ୍ୱିପାକ୍ଷିକ ବିବାଦରେ ହସ୍ତକ୍ଷେପ କରିବା ରୁଷିଆର ନୀତି ନୁହେଁ। ୧୯୭୨ର ଶିମଲା ରାଜିନାମା ଏବଂ ୧୯୯୯ର ଲାହୋର ଘୋଷଣାନାମା ଆଧାରରେ କେବଳ ଭାରତ ଓ ପାକିସ୍ତାନ ମଧ୍ୟରେ କଶ୍ମୀର ପ୍ରସଙ୍ଗର ସମାଧାନ ହେବା ଆବଶ୍ୟକ ବୋଲି ରୁଷିଆ ଦୂତାବାସ ପକ୍ଷରୁ ଏକ ବିବୃତିରେ କୁହାଯାଇଛି।

Share