Categories: ଜାତୀୟ

କଶ୍ମୀର ଟେଲିଭିଜନ ଅଭିନେତ୍ରୀଙ୍କୁ ହତ୍ୟା କରିଥିବା ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର,୨୭ ।୫: ଜମ୍ମୁ-କଶ୍ମୀରର ଅବନ୍ତିପୋରାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହାଇଥିବା ସଂଘର୍ଷରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ୨ ଆତଙ୍କବାଦୀ ଟେଲିଭିଜନ ଅଭିନେତ୍ରୀ ଅମରିନ ଭଟ୍ଟଙ୍କୁ ହତ୍ୟା କରିଥିଲେ ବୋଲି କୁହାଯାଏ । ଏବେବି ଅବନ୍ତିପୋରାରେ ତଲାସି ଅଭିଯାନ ଚାଲିଥିବା ବେଳେ ମୃତ ଦୁଇ ଆତଙ୍କବାଦୀଙ୍କୁ ଜମ୍ମୁ-କଶ୍ମୀର ପୋଲିସ ଘେରାବନ୍ଦୀ କରି ନିହତ କରିଥିବା ସୂଚନା ମିଳିଛି । ଜମ୍ମୁ-କଶ୍ମୀର ଆଇଜି କହିଛନ୍ତି ଅବନ୍ତିପୋରାରେ ଯେଉଁ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀ ଘେରିଥିଲେ, ସେହିମାନେ ହିଁ ଟେଲିଭିଜନ ଅଭିନେତ୍ରୀ ଅମରିନ ଭଟ୍ଟଙ୍କୁ ହତ୍ୟା କରିଥିଲେ ।
ସୂଚନାଯୋଗ୍ୟ, ବଡଗାମ ଜିଲାର ଚଦୁରାରେ ନିଜ ପୁତୁରା ସହ ଘର ବାହାରେ ଠିଆ ହୋଇଥିବା ବେଳେ ଟେଲିଭିଜନ ଅଭିନେତ୍ରୀ ଅମରିନଙ୍କୁ ଆତଙ୍କବାଦୀମାନେ ଗୁଳିକରି ହତ୍ୟା କରିଥିଲେ । ବୁଧବାର ଏହି ଘଟଣା ଘଟିଥିଲା । ଏହାପରେ ସୁରକ୍ଷାକର୍ମୀ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ତଲାସି କରିବା ସମୟରେ ଏହି ଘଟଣା ଘଟାଇଥିବା ଦୁଇ ଆତଙ୍କବାଦୀଙ୍କୁ ନିହତ କରିବାରେ ସଫଳ ହୋଇଥିଲେ ।

Share