Categories: ଜାତୀୟ

ଅମିତ ଶାହାଙ୍କ ଆରୋଗ୍ୟ କାମନା କରି ଉପବାସ ରଖିବେ ଏହି ମୁସଲମାନ ବ୍ୟକ୍ତି

ଶ୍ରୀନଗର,୩।୮: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କରୋନା ଆକ୍ରାନ୍ତ ହୋଇ ଏବେ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ଚିକତ୍ସିତ ହେଉଛନ୍ତି । ତାଙ୍କ ଆରୋଗ୍ୟ କାମନା କରି ଜମ୍ମୁକଶ୍ମୀରସ୍ଥିତ କୁପଓ୍ବାଡାର ଭାଜପା ନେତା ଗୁଫତାର ଅହମ୍ମଦ ତାଙ୍କ ସୁସ୍ଥ ହେବା ପର୍ଯ୍ୟନ୍ତ ଉପବାସ ରଖିବେ ବୋଲି ଘୋଷଣା କରିଛନ୍ତି। ମଙ୍ଗଳବାରଠାରୁ ଏହା ଆରମ୍ଭ କରିବେ ବୋଲି ସେ କହିଛନ୍ତି। ଏକ ଭିଡିଓ ଶେୟାର କରି ଗୁଫତାର କହିଛନ୍ତି, ଶାହା ଜୀ ଖୁବଶୀଘ୍ର ସୁସ୍ଥ ହୋଇଯାନ୍ତୁ ବୋଲି ପ୍ରାର୍ଥନା କରୁଛି। ସୂଚନାଯୋଗ୍ୟ, ଅମିତ ଶାହା କରୋନା ଆକ୍ରାନ୍ତ ହେବା ନେଇ ନିଜେ ଟୁଇଟ୍‌ ଯୋଗେ ସୂଚନା ଦେଇଥିଲେ।

Share