Categories: ଜାତୀୟ

ସେପ୍ଟେମ୍ବରରେ କଶ୍ମୀର ନିର୍ବାଚନ

ଜମ୍ମୁ, ୬।୮: ଆସନ୍ତା ସେପ୍ଟେମ୍ବରରେ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ହେବ ବୋଲି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି. କିଷନ୍‌ ରେଡ୍ଡୀ କହିଛନ୍ତି। ସୋମବାର ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦର ପଞ୍ଚମ ବର୍ଷ ପୂର୍ତ୍ତି ଅବସରରେ ଜମ୍ମୁସ୍ଥିତ ବାନା ସିଂ ଷ୍ଟାଡିୟମରେ ଏକାତ୍ମ ମହୋତ୍ସବ ରାଲିକୁ ସମ୍ବୋଧନ କରି ସେ ଏହି ଘୋଷଣା କରିଛନ୍ତି। ଜମ୍ମୁ-କଶ୍ମୀରରେ ବିକାଶର ଗତିକୁ ବଜାୟ ରଖିବା ସହ ଆତଙ୍କବାଦକୁ ମୂଳୋତ୍ପାଟନ କରିବା ପାଇଁ ଭାଜପାକୁ ଭୋଟ ଦେବାକୁ ସେ ସ୍ଥାନୀୟ ଅଧିବାସୀଙ୍କୁ ଅନୁରୋଧ କରିଛନ୍ତି। ଧାରା ୩୭୦ ହଟିବା ପରେ ଜମ୍ମୁ-କଶ୍ମୀରରେ ପାକିସ୍ତାନର ଗୋଇନ୍ଦା ଗିରି ଗତିବିଧି ବହୁ ମାତ୍ରାରେ ହ୍ରାସ ପାଇଛି ବୋଲି କେନ୍ଦ୍ର ମନ୍ତ୍ରୀ କିଷନ୍‌ କହିଛନ୍ତି।

Share