୫ ଦିନରେ ସର୍ବାଧିକ ଆୟ କଲାଣି ଫିଲ୍ମ ‘ଦ କଶ୍ମୀର ଫାଇଲସ’

ଫିଲ୍ମ ‘ଦ କଶ୍ମୀର ଫାଇଲସ’କୁ ଦର୍ଶକଙ୍କ ଭଲ ରେସପନ୍ସ ମିଳିଛି। ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ବକ୍ସ ଅଫିସରେ ଭଲ ଆୟ କରୁଛି। କଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ନେଇ ଏହି ଫିଲ୍ମରେ ଦେଖାଯାଇଛି। କିଭଳି ଆତଙ୍କବାଦୀମାନେ ଗୋଳବାରୁଦ ଭୟ ଦେଖାଇ କଶ୍ମୀର ପଣ୍ଡିତମାନଙ୍କୁ ସେଠାରୁ ବିତାଡ଼ିତ କରିଦେଲେ ତାହା ଉପରେ ହିଁ ପୂରା କାହାଣୀ ଆଧାରିତ।
ଖବର ଅନୁଯାୟୀ, ଏହି ଫିଲ୍ମ ୫ ଦିନରେ ୫୯ କୋଟି ଟଙ୍କା ଆୟ କରି ସାରିଲାଣି । ଫିଲ୍ମ ୪ ଦିନ ମଧ୍ୟରେ ବକ୍ସ ଅଫିସରେ ୪୭.୮୫ କୋଟି ଟଙ୍କା ଆୟ କରିଥିଲା। ପଞ୍ଚମ ଦିନରେ ଅହେତୁକ ଅଭିବୃଦ୍ଧି ଘଟି ୧୭ କୋଟି ଟଙ୍କା ଆୟ କରିଛି । ଏହା ସହିତ ଫିଲ୍ମର ମୋଟ ସଂଗ୍ରହ ୫୯ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଦ୍ୱିତୀୟ ସପ୍ତାହ କଲେକ୍ସନ ପ୍ରଥମ ସପ୍ତାହ ଅପେକ୍ଷା ଅଧିକ ହେବ ବୋଲି ଆଶା କରାଯାଉଛି । ଏହା ଶୀଘ୍ର ୧୦୦ କୋଟିରେ ପହଞ୍ଚିବା ନେଇ ଆଶା କରାଯାଉଛି।

Share