ଶ୍ରୀନଗର,୨୮।୬: ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଭାରତ-ଚାଇନା ଉତ୍ତେଜନା ଏବେ ଚରମ ସୀମାରେ ପହଞ୍ଚିଛି। ଫଳରେ ଏବେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଜୁନ ୨୩ରେ ଜମ୍ମୁ କଶ୍ମୀରର ଉପରାଜ୍ୟପାଳ ଜି.ସି ମୁର୍ମୂ ଏକ ବୈଠକ କରିଥିଲେ। ଏହାପରେ ସରକାର ଦୁଇଟି ନିର୍ଦ୍ଦେଶ ଜାରି କରିଛନ୍ତି। ଜମ୍ମୁ କଶ୍ମୀରରେ ଦୁଇ ମାସ ପାଇଁ ଏଲପିଜି ରୋଷେଇ ଗ୍ୟାସ ମହଜୁଦ ରଖିବାକୁ ଗ୍ୟାସ ବିତରଣ ସଂସ୍ଥାକୁ ସ୍ଥାନୀୟ ପ୍ରଶାସନ ନିର୍ଦ୍ଦେଶ ଦେଇଥିବାବେଳେ କାରଗିଲରେ ଥିବା ଗାନ୍ଦରବଲ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପାଇଁ ସ୍କୁଲ ଘର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।