Categories: ଜାତୀୟ

ଅନୁପ୍ରବେଶ ବେଳେ କୁପଓ୍ବାଡାରେ ଜଣେ ଆତଙ୍କବାଦୀ ନିହତ

କୁପଓ୍ବାଡା,୨୦।୫: ଉତ୍ତର କଶ୍ମୀରର କୁପୱାଡା ଜିଲାର ତଙ୍ଗଧାର ସେକ୍ଟରରେ ଅନୁପ୍ରବେଶ ସମୟରେ ଜଣେ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀ ଏନ୍‌କାଉଣ୍ଟର କରିଛନ୍ତି। ଶୁକ୍ରବାର ସକାଳେ କୁପୱାଡାରେ ବର୍ଷା ହେଉଥିବା ସମୟରେ ଆତଙ୍କବାଦୀମାନେ ସୀମା ଭିତରକୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ସୀମାରେ ସତର୍କତାର ସହ ନିୟୋଜିତ ଥିବା ସେନା ୩/୯ ଜିଆରର ଯବାନମାନେ ଜଣେ ଆତଙ୍କବାଦୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ତେବେ କେତେ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ସୁରକ୍ଷାକର୍ମୀ ସର୍ଚ୍ଚ ଅପରେଶନ ଜାରି ରଖିଛନ୍ତି। ସୂଚନା ମୁତାବକ, ଜମ୍ମୁ-କଶ୍ମୀରରେ ସୀମା ଆରପାର୍ଶ୍ୱରୁ ଭାରତୀୟ ସୁରକ୍ଷାବାହିନୀ ପ୍ରତ୍ୟେକ ଅନୁପ୍ରବେଶ ଉପରେ ତୀକ୍ଷଣ ନଜର ରଖିଛନ୍ତି।

 

Share