ଆବଶ୍ୟକୀୟ ସାମଗ୍ରୀ: ତେଲ-ଅଧା ଚାମଚ, ଲବଙ୍ଗ- ୩ଟି, ତେଜପତ୍ର-୧ଟି, ଡାଳଚିନି ୧ ଖଣ୍ଡ, ଜିରା-୧ ଚାମଚ, ଗୁଜୁରାତି- ୩ଟି, ଅଦା ପେଷ୍ଟ-୧ଚାମଚ, ପାନମଧୁରି ଗୁଣ୍ଡ- ୧ଚାମଚ, କ୍ଷୀର- ୧ଗ୍ଲାସ, ହଳଦୀ- ଅଧା ଚାମଚ, ଧନିଆପତ୍ର-ଅଳ୍ପ, ପନିର୍-୩୦୦ ଗ୍ରାମ୍, ଲୁଣ- ସ୍ବାଦ ଅନୁସାରେ
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଗୋଟିଏ ପ୍ୟାନ୍ରେ ଅଳ୍ପ ତେଲ ପକାନ୍ତୁ। ତେଲ ଗରମ ହୋଇ ଆସିଲା ବେଳକୁ ସେଥିରେ ଲବଙ୍ଗ, ତେଜପତ୍ର, ଜିରା, ଗୁଜୁରାତିକୁ ପକାଇ ହାଲ୍କା ଭାବେ ଭାଜନ୍ତୁ। ଏବେ ସେଥିରେ ଅଦା ପେଷ୍ଟ ଓ ପାନମଧୁରି ଗୁଣ୍ଡ ପକାନ୍ତୁ। ମିଶ୍ରଣଟି ପୋଡ଼ି ନ ଯିବା ଲାଗି ଚୁଲାକୁ ଲୋ ଫ୍ଲେମ୍ରେ ରଖନ୍ତୁ। ଏବେ ସେଥିରେ ଅଳ୍ପ ପାଣି ଓ କ୍ଷୀର ଢାଳନ୍ତୁ। ଟିକେ ଫୁଟି ଆସିଲା ବେଳକୁ ସେଥିରେ ଆବଶ୍ୟକ ଅନୁସାରେ ଲୁଣ ଓ ହଳଦୀ ପକାନ୍ତୁ। ସେହିପରି ଆଉ ଗୋଟିଏ ପ୍ୟାନ୍ରେ ତେଲ ପକାଇ ପନିର୍କୁ ଅଳ୍ପ ଲାଲ୍ ହେବା ଯାଏ ଭାଜି ଦିଅନ୍ତୁ। ଏବେ ପନିରକୁ ନେଇ ପୂର୍ବ ପ୍ରସ୍ତୁତ ମିଶ୍ରଣରେ ପକାଇ ଦିଅନ୍ତୁ। ପନିର ନରମ ହୋଇଯିବା ପରେ ତରକାରୀ ଓହ୍ଳାଇ ଦିଅନ୍ତୁ। ଏବେ ସେଥିରେ କଟା ଧନିଆ ପତ୍ର ପକାଇ ପରଷି ଦିଅନ୍ତୁ।