Categories: ଜାତୀୟ

କଶ୍ମୀରୀ ପଣ୍ଡିତଙ୍କ ସାମୁହିକ ପଳାୟନ, ଏବେ ପର୍ଯ୍ୟନ୍ତ ଘାଟି ଛାଡିଲେଣି ୧୮୦୦ଜନତା ୩୦୦୦ କର୍ମଚାରୀ

ଶ୍ରୀନଗର,୩ ।୬: ଦକ୍ଷିଣ କଶ୍ମୀରର କୁଲଗାମ ଜିଲାରେ ୪୮ ଘଣ୍ଟା ଭିତରେ ଦ୍ୱିତୀୟ ହିନ୍ଦୁ କର୍ମଚାରୀଙ୍କୁ ହତ୍ୟା କରାଯିବା ପରେ କଶ୍ମୀରୀ ପଣ୍ଡିତମାନେ ଘଟିରେ ସମସ୍ତ ସ୍ଥାନରେ କରାଯାଉଥିବା ପ୍ରଦର୍ଶନକୁ ବନ୍ଦ କରି ଦେଇଛନ୍ତି । ଏହାସହ ଶୁକ୍ରବାର କଶ୍ମୀର ପଣ୍ଡିମାନେ ସାମୁହିକ ପଳାୟନ ପାଇଁ ନିଷ୍ପତ୍ତି ନେଇଛନ୍ତି । ଏମାନେ ସମସ୍ତେ କାଞ୍ଜିଗୁଣ୍ଡର ନବୟୁଗ ଟନେଲ ନିକଟରେ ଏକାଠି ହେବାକୁ କଥା ହୋଇଛନ୍ତି । ସୂଚନା ମୁତାବକ ଏବେ ପର୍ଯ୍ୟନ୍ତ ୧୮୦୦ କଶ୍ମୀରୀ ପଣ୍ଡିତଙ୍କ ସମେତ ୩ ହଜାରରୁ ଅଧିକ ସରକାରୀ କର୍ମଚାରୀ ଘାଟି ଛାଡିଛନ୍ତି ।

ସୂଚନାଯୋଗ୍ୟ, ଶ୍ରୀନଗରର ଇନ୍ଦିରା ନଗର ଅଞ୍ଚଳରେ ବୀରୱାରରେ ଲଗାତାର ଦ୍ୱିତୀୟ ଦିନରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଯେଉଁଠି କଶ୍ମୀରୀ ପଣ୍ଡିମାନେ ରହୁଛନ୍ତି ସେଠାରେ ଅର୍ଦ୍ଧସାମରୀକ ବଳଙ୍କୁ ନିଯୁକ୍ତ କରାଯାଇଛି । ଉକ୍ତ ଅଞ୍ଚଳରୁ କାହାକୁ ବାହାରୁ ଯିବାକୁ ଅନୁମତି ଦିଆଯାଉ ନାହିଁ । ଏମିତିକି ସେହି ଅଞ୍ଚଳକୁ ଗଣମାଧ୍ୟମକୁ ବି ବାରଣ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, କଶ୍ମୀରୀ ପଣ୍ଡିତଙ୍କ କ୍ୟାମ୍ପସକୁ ବାହାରୁ ବନ୍ଦ କରି ଦିଆଯାଇଛି ।
କୁଲଗାମରେ ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ହତ୍ୟା କରାଯିବା ପରେ ଏବେ ଜଣେ କଶ୍ମୀରୀ ମହିଳା ପଣ୍ଡିତଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ଉକ୍ତ ଭିଡିଓରେ ମହିଳା ଜଣକ ଘାଟି ଛାଡି ଜମ୍ମୁ ଅଭିମୁଖେ ଯାଉଥିବା କହିଛନ୍ତି । ଏହାସହ ବର୍ଷ ବର୍ଷ ଧରି ସେମାନେ ସେଠାରେ ରହି ଆସୁଥିବା ବେଳେ ଏବେ ସେଠାକାର ସମସ୍ତ କର୍ମଚାରୀ ଘାଟି ଛାଡିବାକୁ ସ୍ଥିର କରିଛନ୍ତି । କାରଣ ସ୍ଥିତି ସରକାରଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ଏଠାରେ ଯାଇ ଜମ୍ମୁରେ ରହିବା ପରେ ସରକାରଙ୍କ ଉପରେ ନିର୍ଭର କରୁଛି ଯେ ସେଠାରେ ସେମାନଙ୍କୁ ଚାକିରି ମିଳିବ କି ନା ।

Share