ଆତଙ୍କବାଦୀ ଶାଲୋବାରଙ୍କୁ ହତ୍ୟା

ଇସଲାମାବାଦ,୫ ।୩: ପାକିସ୍ତାନରେ ଭାରତର ଆଉ ଜଣେ ଶତ୍ରୁଙ୍କ ନିଧନ ହୋଇଛି । ଅଞ୍ଜାତ ବନ୍ଧୁକଧାରୀ ଖେବର ପଖତୁନୱାରେ ଆତଙ୍କବାଦୀ କମାଣ୍ଡର ସୈୟଦ ନୁର ଶାଲେବାରଙ୍କୁ ଦିନ ଦ୍ୱିପ୍ରହରରେ ଗୁଳି କରି ହତ୍ୟା କରିଛନ୍ତି । ଏହା ପୂର୍ବରୁ ଖାଲିଦ ରଜା ଓ ବଶିର ଅହମଦଙ୍କୁ ବି ପାକିସ୍ତାନରେ ହତ୍ୟା କରାଯାଇଛି । ଏହି ୩ ଜଣ ହିଁ ଭାରତରେ ଘଟିଥିବା ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ଥିଲେ ।
ଏହାପରେ ପାକିସ୍ତାନରେ ଲୁଚି ରହିଥିବା ଭାରତର କେତେଜଣ ଶତ୍ରୁ ଭୟଭୀତ ହୋଇଯାଇଛନ୍ତି । କାରଣ ଆତଙ୍କବାଦୀ ସଲାହୁଦ୍ଦିନଙ୍କୁ ପାକିସ୍ତାନ ସେନା ସୁରକ୍ଷା ପାଇଁ ବୁଲେଟ ପ୍ରୁଫ କାର ବି ଦେଇଛି । ରିପୋର୍ଟ ଅନୁଯାୟୀ, ଦେବାଳିଆ ପାକିସ୍ତାନରେ ଏହି ଆତଙ୍କବାଦୀଙ୍କୁ ମାରିବାକୁ ନେଇ ନିଜକୁ ଦାୟୀ କରିଛି ସିନ୍ଧୁ ଦେଶ ରିଭୋଲ୍ୟୁସନାରୀ ଆର୍ମି ।
ସିନ୍ଧୁ ଦେଶ ରିଭୋଲ୍ୟୁସନାରୀ ଆର୍ମି ଏବେ ପାକିସ୍ତାନରେ ଅସ୍ତ୍ରଶସ୍ତ୍ର ବଳରେ ସ୍ୱାଧିନତା ହାସଲ କରିବାକୁ ଶପଥ ନେଇଛି । ଏହି କାରଣ ପାଇଁ ପାକିସ୍ତାନ ତା’ର ପାଳିତ ଆତଙ୍କବାଦୀଙ୍କ ହତ୍ୟାକୁ ନେଇ ଚିନ୍ତାରେ ପଡିଯାଇଛି । ଏହା ପୂର୍ବରୁ ସିନ୍ଧୁ ଦେଶ ରିଭୋଲ୍ୟୁସନାରୀ ଆର୍ମିର ଚର୍ଚ୍ଚା ସେବେ ହୋଇଥିଲା ଯେତେବେଳେ ସେପ୍ଟେମ୍ବର ୨୦୨୨ରେ କରାଚିରେ ଏକ ଚାଇନା ଡେଣ୍ଟାଲ କ୍ଲିନିକ ଉପରେ ଆକ୍ରମଣ ହୋଇଥିଲା । ସେହି ଆକ୍ରମଣରେ ରୋନାଲ୍ଡ ରେମଣ୍ଡ ଚାଉ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା ଓ ଡାକ୍ତର ରିଚାର୍ଡ ହୁ ଓ ତାଙ୍କ ପତ୍ନୀ ଫ୍ୟାନ ଟେୟିନ ଗୁରୁତର ଆହତ ହୋଇଥିଲେ । ଅନ୍ତର୍ଜାତୀୟ ସ୍ତରରେ ଏହା ଚର୍ଚ୍ଚାର ବିଷୟ ହୋଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri