Posted inଜାତୀୟ

କଶ୍ମୀରୀ ଗଢ଼ିବେ ନିଜ ସରକାର

ଶ୍ରୀନଗର/ନୂଆଦିଲ୍ଲୀ,୧୦ା୮: ୨୦୧୪ ନଭେମ୍ବର ୨୫ରୁ ଡିସେମ୍ବର ୨୦ ମଧ୍ୟରେ ଜମ୍ମୁ-କଶ୍ମୀର ବିଧାନସଭାର ୯୦ ଆସନ ମଧ୍ୟରୁ ୮୭ଟିରେ ୫ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ୨୦୨୦ ଜାନୁୟାରୀ ୧୯ରେ ବିଧାନସଭାର ୬ ବର୍ଷିଆ କାର୍ଯ୍ୟକାଳ ଶେଷ ହେବାର ଥିଲା। ତେବେ ଏହା ପୂର୍ବରୁ ୨୦୧୮ ଜୁନ୍‌ ୧୯ରେ ମେହବୁବା ମୁଫ୍‌ତିଙ୍କ ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) ନେତୃତ୍ୱାଧୀନ ମେଣ୍ଟ ସରକାରରୁ ଭାଜପା ସମର୍ଥନ ପ୍ରତ୍ୟାହାର କରିବା ପରେ ଉପତ୍ୟକାରେ କେନ୍ଦ୍ରୀୟ ଶାସନ ଜାରି ହୋଇଥିଲା। ୨୦୧୯ ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ଉଚ୍ଛେଦକରି ରାଜ୍ୟକୁ ଦୁଇଭାଗରେ ବିଭକ୍ତ କରିଥିଲେ। ଜମ୍ମୁ-କଶ୍ମୀର ଓ ଲଦାଖ ଦୁଇଟି ପୃଥକ୍‌ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହୋଇଥିଲା। ଗତବର୍ଷ ଡିସେମ୍ବରରେ ସୁପ୍ରିମକୋର୍ଟ ୨୦୨୪ ସେପ୍ଟେମ୍ବର ୩୦ ପୂର୍ବରୁ ବିଧାନସଭା ନିର୍ବାଚନ କରାଇବାକୁ ଭାରତର ନିର୍ବାଚନ କମିଶନ(ଇସିଆଇ)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତଦନୁସାରେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାରଙ୍କ ଟିମ୍‌ ୩ ଦିନିଆ କଶ୍ମୀର ଗସ୍ତକରି ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଛନ୍ତି। ରାଜୀବ ଶ୍ରୀନଗରରେ ପ୍ରସ୍ତୁତି ସମୀକ୍ଷା ପରେ ଶୁକ୍ରବାର କହିଛନ୍ତି, ଜମ୍ମୁ-କଶ୍ମୀରବାସୀଙ୍କୁ ସେମାନଙ୍କ ନିଜସ୍ବ ସରକାର ଗଠନର ସୁଯୋଗ ଦେବା ସମୟ ଉପନୀତ।
ଦୀର୍ଘ ୧ ଦଶନ୍ଧିର ବ୍ୟବଧାନ ପରେ ନିଜ ସରକାର ଗଢ଼ିବାକୁ ଯାଉଛନ୍ତି ଜମ୍ମୁ-କଶ୍ମୀରବାସୀ। ଏଥିପାଇଁ ଉପତ୍ୟକାରେ ରାଜନୈତିକ ଉଷ୍ମତା ପ୍ରକାଶ ପାଇଲାଣି। ସିଇସି ରାଜୀବ କୁମାର ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି, ଜମ୍ମୁ-କଶ୍ମୀରର ସବୁ ରାଜନୈତିକ ଦଳ ବିଧାନସଭା ନିର୍ବାଚନ କରାଇବା ସପକ୍ଷରେ ମତ ଦେଇଛନ୍ତି। ଖୁବ୍‌ଶୀଘ୍ର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। କୌଣସି ଅନ୍ତଃ କିମ୍ବା ବାହ୍ୟ ଶକ୍ତିକୁ ଗଣତାନ୍ତ୍ରିକ  ପ୍ରକ୍ରିୟାରେ ବାଧା ସୃଷ୍ଟି ପାଇଁ ଅନୁମତି ଦିଆଯିବ ନାହିଁ। ବିଧ୍ୱଂସକ ତତ୍ତ୍ୱଙ୍କୁ କଶ୍ମୀରବାସୀ ମୁହଁତୋଡ଼ ଜବାବ ଦେବେ। ଏଥିପାଇଁ ଆମେ ସମସ୍ତେ ପ୍ରସ୍ତୁତ ବୋଲି ଦୁଇ ନିର୍ବାଚନ କମିଶନର ଜ୍ଞାନେନ୍ଦ୍ର କୁମାର ଏବଂ ଏସ୍‌.ଏସ୍‌. ସାନ୍ଧୁଙ୍କ ଉପସ୍ଥିତିରେ ସିଇସି ସ୍ପଷ୍ଟ କରିଛନ୍ତି। କମିଶନଙ୍କ ୩ ଜଣିଆ ପ୍ରତିନିଧି ଦଳ ଏହି ଗସ୍ତବେଳେ ନିର୍ବାଚନ ସକାଶେ ପ୍ରଶାସନିକ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକର ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ଶୁକ୍ରବାର ଗସ୍ତର ଦ୍ୱିତୀୟ ଦିନରେ ପ୍ରତିନିଧି ଦଳ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବ ଅଟଳ ଦୁଲ୍ଲୋ ଏବଂ ପୋଲିସ ମହାନିର୍ଦ୍ଦେଶକ ଆର୍‌.ଆର୍‌. ସ୍ବାଇଁଙ୍କ ସହ ଆଲୋଚନା କରିଛନ୍ତି।
ଇତିମଧ୍ୟରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାଜପା ୧୩୨ ସଦସ୍ୟ ବିଶିଷ୍ଟ ପ୍ରଚାର କମିଟି ଘୋଷଣା କରିଛି। ନିକଟରେ ଲୋକ ସଭାରେ ଭାଜପାର ହୁଇପ୍‌ ନିଯୁକ୍ତ ହୋଇଥିବା ଏମ୍‌ପି ଯୁଗଳ କିଶୋର ଶର୍ମାଙ୍କୁ ନିର୍ବାଚନ ପ୍ରଚାର କମିଟିରେ ଅଧ୍ୟକ୍ଷ ରଖାଯାଇଛି। ଜମ୍ମୁ-କଶ୍ମୀର ଭାଜପା ସଭାପତି ରବୀନ୍ଦ୍ର ରୈନା ଏବଂ ମାନିଫେଷ୍ଟୋ କମିଟିର ସଦସ୍ୟମାନେ ୨୦୨୪ ବିଧାନସଭା ନିର୍ବାଚନ ପାଇଁ ‘ଜମ୍ମୁ-କଶ୍ମୀରର ଆହ୍ବାନ’ ଶୀର୍ଷକ  ଦଳୀୟ ଇସ୍ତାହାର ଉନ୍ମୋଚନ କରିଛନ୍ତି। ସେହିପରି ଇଣ୍ଡିଆନ୍‌ ନ୍ୟାଶନାଲ ଡେଭେଲପ୍‌ମେଣ୍ଟାଲ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ (ଇଣ୍ଡିଆ) ବ୍ଳକ୍‌ ପକ୍ଷରୁ ମଧ୍ୟ ଜୁଲାଇ ୩୦ରେ ଆଗାମୀ ନିର୍ବାଚନ ପାଇଁ  ମିଳିତ ଇସ୍ତାହାର ପ୍ରକାଶ କରାଯାଇଛି।
ପ୍ରକାଶ ଯେ, ସୀମା ପୁନଃ ନିର୍ଦ୍ଧାରଣ ସମେତ ବିଭିନ୍ନ କାରଣରୁ କଶ୍ମୀର ବିଧାନସଭା ନିର୍ବାଚନ ହୋଇପାରି ନ ଥିଲା। ଡିଲିମିଟେଶନ୍‌ ପ୍ରକ୍ରିୟା ୨୦୨୦ ମାର୍ଚ୍ଚରେ ଆରମ୍ଭ ହୋଇ  ୨୦୨୨ ମେ’ରେ ସମ୍ପୂର୍ଣ୍ଣ ହୋଇଥିଲା। ବିଧାନସଭା ନିର୍ବାଚନ ପରେ ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ କ୍ଷମତା ସଙ୍କୁଚିତ ହୋଇଯିବା ଜାଣି କେନ୍ଦ୍ର ସରକାର ନିକଟରେ ଆଇନରେ ସଂଶୋଧନ ଆଣି ତାଙ୍କୁ ଅଧିକ କ୍ଷମତା ପ୍ରଦାନ କରିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଶାହାଙ୍କ ଉପରେ ପୁରସ୍କାର ଘୋଷଣା କଲେ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ, ସିଆର୍‌ପିଏଫ୍‌ ସ୍କୁଲ ବନ୍ଦ ପାଇଁ ଆହ୍ବାନ

ନୂଆଦିଲ୍ଲୀ,୨୫ା୧୦ : ଖଲିସ୍ତାନୀ ଆତଙ୍କବାଦୀ ତଥା ‘ଶିଖ୍‌ସ ଫର୍‌ ଜଷ୍ଟିସ୍‌’ (ଏସ୍‌ଏଫ୍‌ଜେ) ମୁଖ୍ୟ ଗୁର୍‌ପତଓ୍ବନ୍ତ ସିଂ ପନ୍ନୁ ପୁଣିଥରେ ଭାରତକୁ ଧମକ ଦେଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ...

ଆସିଲା ଡେଡ୍‌ଲାଇନ୍‌…ଦୀପାବଳି ପୂର୍ବରୁ ଡେମଚୋକ୍‌, ଡେପ୍‌ସାଙ୍ଗରୁ ହଟିବେ ଭାରତ-ଚାଇନା ସେନା

ନୂଆଦିଲ୍ଲୀ,୨୫ା୧୦: ପୂର୍ବ ଲଦାଖର ୨ ଫ୍ରିକ୍ସନ ପଏଣ୍ଟ ଡେମ୍‌ଚୋକ୍‌ ଏବଂ ଡେପ୍‌ସାଙ୍ଗରେ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଲାଗି ରହିଥିବା ବିବାଦରେ ପଡ଼ିବ ପୂର୍ଣ୍ଣଚ୍ଛେଦ।...

ଜ୍ଞାନବାପି ମାମଲାରେ ହିନ୍ଦୁ ପକ୍ଷଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୫।୧୦: ଜ୍ଞାନବାପି ମାମଲାରେ ହିନ୍ଦୁ ପକ୍ଷଙ୍କୁ ବଡ଼ ଝଟ୍‌କା ଲାଗିଛି। ବାରାଣସୀ କୋର୍ଟ ହିନ୍ଦୁ ପକ୍ଷଙ୍କ ଆବେଦନକୁ ଖାରଜ କରିଛନ୍ତି। ତେବେ ଜ୍ଞାନବାପିର ଏଏସ୍‌ଆଇ ସର୍ଭେ...

କିଏ ନେବେ ରତନ ଟାଟାଙ୍କ ଅତିପ୍ରିୟ ‘ଟିଟୋ’ର ଯତ୍ନ, ସାମ୍ନାକୁ ଆସିଲା ଏହି ନାମ

ମୁମ୍ବାଇ,୨୫।୧୦: ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ତଥା ସମ୍ମାନିତ ଚେୟାରମ୍ୟାନ ରତନ ଟାଟାଙ୍କ ଅକ୍ଟୋବର ୯ରେ ମୁମ୍ବାଇର ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ ୮୬ ବର୍ଷ ବୟସରେ...

ଝାଡଖଣ୍ଡ ନିର୍ବାଚନ: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା

ଭୁବନେଶ୍ୱର,୨୫।୧୦: ଆଗକୁ ଝାଡଖଣ୍ଡ ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ। ତେବେ ଝାଡଖଣ୍ଡ ନିର୍ବାଚନକୁ ନେଇ ସବୁ ଦଳ ବଳ କଷାକଷି ଆରମ୍ଭ କରିଥିବାବେଳେ ଜାତୀୟ ରାଜନୀତି...

ଭାରତୀୟଙ୍କୁ ଚାକିରି ଦେବାକୁ ଡାକୁଛି ଜର୍ମାନୀ, ମୋଦିଙ୍କ ସାମ୍ନାରେ ଏମିତି କହିଲେ ଚାନସେଲର

ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଜର୍ମାନ ଚାନସେଲର ଓଲାଫ ସ୍କୋଲଜ କହିଛନ୍ତି ଯେ ଜର୍ମାନୀ ଭାରତୀୟମାନଙ୍କୁ ଚାକିରି ଯୋଗାଇବାକୁ ଚାହୁଁଛି। ସେ ଡାକୁଛନ୍ତି। କିନ୍ତୁ...

ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୫।୧୦: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ସୁପ୍ରିମକୋର୍ଟଙ୍କରୁ ଏକ ବଡ଼ ଆଶ୍ୱସ୍ତି ପାଇଛନ୍ତି। ହାଇକୋର୍ଟଙ୍କ...

ନୀତୀଶ କୁମାରଙ୍କୁ ଭେଟିଲେ ଖାନ ସାର୍‌, ବଢୁଛି ରାଜନୈତିକ ଉଷ୍ମତା

ପାଟନା,୨୫।୧୦: ଏବେ ବିହାରର ରାଜଧାନୀ ପାଟନାରୁ ଏକ ବଡ ଖବର ସାମ୍ନାକୁ ଆସିଛି। ପ୍ରତିଯୋଗିତାମୂଳକ ପରୀକ୍ଷାର ଜଣାଶୁଣା ଶିକ୍ଷକ ଖାନ ସାର୍‌ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri