ନୂଆଦିଲ୍ଲୀ, ୯।୧୨: ମହିଳା ପ୍ରିମିୟର ଲିଗ୍ ୨୦୨୪ ପାଇଁ ଏକ ନିଲାମର ଜାରି ରହିଛି। ମହିଳା ପ୍ରିମିୟର ଲିଗର ଏହା ହେଉଛି ପ୍ରଥମ ମିନି ନିଲାମ। ନିଲାମ ଆରମ୍ଭରୁ କ୍ରିକେଟ୍ ପ୍ରଶଂସକଙ୍କୁ ଅନେକ ଆଶ୍ଚର୍ଯ୍ୟଜନକ ନିଲାମ ଦେଖିବାକୁ ମିଳିଛି। ଏହି ନିଲାମରେ ଏପର୍ଯ୍ୟନ୍ତ ଅନେକ ଖେଳାଳିଙ୍କ ପଛରେ ପ୍ରଚୁର ଟଙ୍କା ବ୍ୟୟ କରିଛନ୍ତି ଫ୍ରାଞ୍ଚାଇଜ।
ଏମାନଙ୍କ ମଧ୍ୟରେ ରହିଛନ୍ତି ଭାରତର ଅନକ୍ୟାପ ପ୍ଲେୟାର କାଶବୀ ଗୌତମ। ୨୦ ବର୍ଷ ବୟସ୍କା ଅଲରାଉଣ୍ଡରଙ୍କ ପାଇଁ ଗୁଜରାଟ ଜିଆଣ୍ଟସ୍ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ବଡ଼ ମୂଲ୍ୟ ଦେବାକ ପ୍ରସ୍ତୁତ ଥିବା ଦେଖିବାକୁ ମିଳିଥିଲା। ତେବେ ସମସ୍ତ ଦଳ କାଶବୀଙ୍କ ପଛରେ ଧାଇଁଥିବା ବେଳେ ଗୁଜରାଟ ଜିଆଣ୍ଟସ୍ ୨ କୋଟି ଟଙ୍କା ଦେଇ ତାଙ୍କୁ ନିଜ ସହିତ ସାମିଲ କରିଛି।