Posted inଖେଳ

ରୁଡ୍‌, ମେଡଭେଡେଭଙ୍କ ସହଜ ବିଜୟ

ପ୍ୟାରିସ୍‌,୨୯ା୫: ଗ୍ରାଣ୍ଡସ୍ଲାମ ଇଭେଣ୍ଟ ଫ୍ରେଞ୍ଚ ଓପନ ଟେନିସ ଟୁର୍ନାମେଣ୍ଟର ତୃତୀୟ ଦିନ ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ସହଜ ବିଜୟ ହାସଲ କରିଛନ୍ତି କାସ୍ପର ରୁଡ୍‌ ଓ ଡାନିଲ ମେଡଭେଡେଭ୍‌। ଦିନର ଅର୍ଦ୍ଧାଧିକ ମ୍ୟାଚ୍‌ ବର୍ଷା କାରଣରୁ ସସ୍‌ପେଣ୍ଡ ହୋଇଥିବା ବେଳେ ଦୁଇ ସିଡେଡ୍‌ ଖେଳାଳି ସହଜ ବିଜୟ ହାସଲ କରିଛନ୍ତି। ବିଶ୍ୱ ମାନ୍ୟତାର ସପ୍ତମ ସ୍ଥାନରେ ଥିବା ନରଓ୍ବେର କାସ୍ପର ରୁଡ୍‌ ୬-୩, ୬-୪ ଓ ୬-୩ ସେଟ୍‌ରେ ବ୍ରାଜିଲ୍‌ର ଫେଲିପ୍‌ ଆଲ୍ଭ୍ସଙ୍କୁ ପରାସ୍ତ କରିଛନ୍ତି। ପ୍ରଥମ ସର୍ଭରେ ୮୦ ପ୍ରତିଶତ ଓ ଦ୍ୱିତୀୟ ସର୍ଭରେ ୮୮ ପ୍ରତିଶତ ପଏଣ୍ଟ ହାସଲ କରିଥିଲେ ରୁଡ୍‌। ଅନ୍ୟ ଏକ ମ୍ୟାଚ୍‌ରେ ବିଶ୍ୱ ମାନ୍ୟତାର ୫ ନମ୍ବର ସ୍ଥାନରେ ଥିବା ରୁଷିଆର ଡାନିଲ ମେଡଭେଡେଭ ୬-୩, ୬-୪, ୫-୭ ଓ ୬-୩ ସେଟ୍‌ରେ ଜର୍ମାନୀର ଡୋମିନିକ୍‌ କୋପଫରଙ୍କୁ ପରାସ୍ତ କରିଛନ୍ତି। ଅନ୍ୟ ଏକ ମ୍ୟାଚ୍‌ରେ ୨୮ ନମ୍ବର ଖେଳାଳି ଥୋମାସ୍‌ ମାର୍ଟିନ୍‌ ଏଚେଭେରୀ ୩-୬, ୬-୨, ୬-୧, ୬-୪ ସେଟ୍‌ରେ ଫ୍ରାନ୍ସର ଆର୍ଥର କାଜାକ୍ସଙ୍କୁ ପରାସ୍ତ କରିଛନ୍ତି। ପ୍ରଥମ ସେଟ୍‌ରେ ପରାସ୍ତ ହୋଇଥିଲେ ମଧ୍ୟ ପରବର୍ତ୍ତୀ ୩ ସେଟରେ ବିଜୟୀ ହୋଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଥିଲେ ଥୋମାସ୍‌ ମାର୍ଟିନ୍‌ ଏଚେଭେରୀ। ଇଟାଲୀର ଫାବିଓ ଫଗନିନି ଏକ ମ୍ୟାଚରେ ଫ୍ରାନ୍ସର ଅଣ ସିଡେଡ ଖେଳାଳି ବୋଟିକ୍‌ ଭାନ୍‌ ଡେ ଜାଣ୍ଡସ୍କଲ୍ପଙ୍କୁ ୬-୧, ୬-୧, ୭-୫ରେ ପରାସ୍ତ କରିଥିଲେ।
ମହିଳା ବିଭାଗରେ ମଧ୍ୟ ଏକାଧିକ ମ୍ୟାଚ୍‌ ସସ୍‌ପେଣ୍ଡ ହୋଇଥିଲା। ତେବେ ଆରିନା ସାବାଲେଙ୍କା, ଏଲେନା ରିବାକିନା, କ୍ୱିନଓ୍ବେନ ଝେଙ୍ଗ ଓ ବର୍ନାର୍ଡା ପେରାଙ୍କ ପରି ଖେଳାଳି ଦ୍ୱିତୀୟ ରାଉଣ୍ଡରେ ପହଞ୍ଚିଛନ୍ତି। ବିଶ୍ୱ ମାନ୍ୟତାର ଦୁଇ ନମ୍ବର ସ୍ଥାନରେ ରହିଥିବା ବେଲାରୁଷର ସାବାଲେଙ୍କା ୬-୧, ୬-୨ ସେଟରେ ଏରିକା ଆଣ୍ଡ୍ରିଭାଙ୍କୁ ପରାସ୍ତ କରିଥିଲେ। ୪ନମ୍ବର ସ୍ଥାନରେ ଥିବା ଏଲେନା ରିବାକିନା ମଧ୍ୟ ଏକ ସହଜ ବିଜୟ ସହ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। କାଜାଖସ୍ତାନର ରିବାକିନା ୬-୨, ୬-୩ ସେଟରେ ବେଲଜିୟମର ଗ୍ରିଟ ମିନ୍ନେନ୍‌ଙ୍କୁ ପରାସ୍ତ କରିଛନ୍ତି। ବିଶ୍ୱ ମାନ୍ୟତାର ୭ ନମ୍ବର ସ୍ଥାନରେ ଥିବା ଚାଇନାର କ୍ୱିନଓ୍ବେନ୍‌ ଝେଙ୍ଗ ସ୍ଥାନୀୟ ଖେଳାଳି ଆଲିଜ୍‌ କର୍ନେଟଙ୍କୁ ୬-୨, ୬-୧ରେ ପରାସ୍ତ କରିଥିଲେ। ମହିଳା ସିଙ୍ଗଲ୍ସରେ ମଧ୍ୟ ଏକ ବିପର୍ଯ୍ୟୟ ଦେଖିବାକୁ ମିଳିଥିଲା। ବିଶ୍ୱ ମାନ୍ୟତାର ୧୩ ତମ ସ୍ଥାନରେ ଥିବା ବ୍ରାଜିଲର ବିଟ୍ରିଜ୍‌ ହଦଦ ମାଇଆ ଇଟାଲୀର ଏଲିସାବେଟା କୋସିଆରେଟୋଙ୍କ ନିକଟରୁ ୩-୬, ୬-୪ ଓ ୬-୧ ସେଟରେ ପରାଜିତ ହୋଇଥିଲେ। ଗତ ବର୍ଷର ସେମି ଫାଇନାଲିଷ୍ଟ ରହିଥିବା ବିଟ୍ରିଜ ପ୍ରଥମ ସେଟ୍‌ ଜିତିଥିଲେ ମଧ୍ୟ ପରବର୍ତ୍ତୀ ଦୁଇ ରାଉଣ୍ଡରେ ହାରି ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସତରେ କ’ଣ ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ଟିମ୍‌ ଇଣ୍ଡିଆ? ସ୍ପଷ୍ଟ ଚିତ୍ର ଦେଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୭।୧୦: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ କ୍ରିକେଟ ଟିମ୍‌ ପାକିସ୍ତାନ ଗସ୍ତ କରିବ କି ଏଷବ ଏମିତି ପ୍ରଶ୍ନ ଉଙ୍କି ମାରିଛି। ବର୍ତ୍ତମାନ...

ବ୍ୟାକ୍‌ଫୁଟ୍‌ରେ ଟିମ୍‌ ଇଣ୍ଡିଆ: ବୋଲିଂ ପରେ ବ୍ୟାଟିଂରେ କିଓ୍ବି ଖେଳାଳିଙ୍କ ଜଲଓ୍ବା

ବେଙ୍ଗାଲୁରୁ,୧୭ା୧୦: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଏକ ଅଲୋଡା ରେକର୍ଡ ନିଜ ନାମରେ କରିଛି ଭାରତ। ପ୍ରଥମ ଦିନ ବର୍ଷାରେ ଧୋଇ ଯାଇଥିବା ବେଳେ...

ଭାରତ ନାଁରେ ୫ ଅଲୋଡା ରେକର୍ଡ: ଜାଣନ୍ତୁ ଏ ବିଷୟରେ…

ବେଙ୍ଗାଲୁରୁ,୧୭।୧୦: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ବେଙ୍ଗାଲୁରୁରେ ଖେଳାଯାଉଛି। ପ୍ରଥମ ଦିନର ଖେଳ ବର୍ଷାରେ ଧୋଇ ଯାଇଥିଲା । ଏହା ପରେ ଦ୍ୱିତୀୟ...

ଆଇପିଏଲ୍‌ ୨୦୨୫ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ନବକଳେବର: ହଟିଲେ ରିକି ପଣ୍ଟିଂ

ନୂଆଦିଲ୍ଲୀ,୧୭।୧୦: ପ୍ରତ୍ୟେକ ଦଳ ଆଇପିଏଲ୍‌ ୨୦୨୫ ପାଇଁ ପ୍ରସ୍ତୁତ ହେଉଛନ୍ତି। ଆଗାମୀ ସିଜିନ୍‌ ପାଇଁ ଆଇପିଏଲ ଦଳରେ ଅନେକ ପରିବର୍ତ୍ତନ କରାଯାଉଛି। ଦିଲ୍ଲୀ କ୍ୟାପିଟାଲ୍ସରେ ମଧ୍ୟ...

ଟେଷ୍ଟ ଇତିହାସରେ ପ୍ରଥମଥର ପାଇଁ ଘରେ ମାଟି କାମୁଡିଲା ଟିମ୍‌ ଇଣ୍ଡିଆ: ଏମିତି ରେକର୍ଡ କଲା

ବେଙ୍ଗାଲୁରୁ,୧୭।୧୦: ବେଙ୍ଗାଲୁରୁରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଟିମ ଇଣ୍ଡିଆ ମାତ୍ର ୪୬ ରନରେ ଅଲଆଉଟ ହୋଇଥିଲା। ଟେଷ୍ଟ କ୍ରିକେଟ ଇତିହାସରେ ଘରୋଇ ମାଟିରେ...

ଧୋନୀଙ୍କ ବଡ଼ ରେକର୍ଡ ଭାଙ୍ଗିଲେ କୋହଲି

ନୂଆଦିଲ୍ଲୀ,୧୭।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ବେଙ୍ଗାଲୁରୁ ଟେଷ୍ଟରେ ଏମ୍‌ ଏସ୍‌ ଧୋନୀଙ୍କ ବଡ଼ ରେକର୍ଡ ଭାଙ୍ଗିଛନ୍ତି। ଟସ୍‌ ଜିତିବା ପରେ ରୋହିତ ଏକାଦଶ ଘୋଷଣା କରିବା ମାତ୍ରେ...

୫୫ ବର୍ଷ ପରେ ଏମିତି ଲଜ୍ଜାଜନକ ରେକର୍ଡ କଲା ଟିମ୍‌ଇଣ୍ଡିଆ

ବେଙ୍ଗାଲୁରୁ,୧୭।୧୦: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଛି। ପ୍ରଥମ ଦିନ ବର୍ଷା ଯୋଗୁ ଟସ...

ବେଙ୍ଗାଲୁରୁ ଟେଷ୍ଟରେ ଭାରତ ୪୬ ରନରେ ଅଲଆଉଟ୍: ଖାତା ଖୋଲିପାରିଲେନି ୫ ବ୍ୟାଟର

ନୂଆଦିଲ୍ଲୀ,୧୭ା୧୦: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ବେଙ୍ଗାଲୁରୁରେ ଖେଳାଯାଉଛି। ଗୁରୁବାର ମ୍ୟାଚର ଦ୍ୱିତୀୟ ଦିନରେ ଖେଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri