କାଟାଲିନ କାରିକୋ, ଡ୍ରିୟୁ ଓ୍ବିସମ୍ୟାନଙ୍କୁ ମେଡିସିନରେ ନୋବେଲ ପୁରସ୍କାର

ଷ୍ଟକହୋମ/ସ୍ବିଡେନ,୨।୧୦: ଫିଜିଓଲୋଜି ବା ମେଡିସନରେ ୨୦୨୩ନୋବେଲ ପୁରସ୍କାର କାଟଲିନ କାରିକୋ ଏବଂ ଡ୍ରୁୟୁ ଓ୍ବିସମ୍ୟାନଙ୍କୁ ପ୍ରଦାନ କରାଯାଇଛି। ନ୍ୟୁକ୍ଲିଓସାଇଡ ଆଧାରିତ ପରିବର୍ତ୍ତନ ସହିତ ଜଡିତ ଆବିଷ୍କାର ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ତାଙ୍କର ଆବିଷ୍କାରଗୁଡିକ କୋଭିଡ-୧୯ ବିରୁଦ୍ଧରେ ପ୍ରଭାବଶାଳୀ mRNA ଟିକା ବିକାଶରେ ସକ୍ଷମ ହୋଇଛି।

ଏହି ପୁରସ୍କାର ଯେଉଁମାନେ ଗତ ୧୨ମାସ ମଧ୍ୟରେ ମାନବିକତାର କଲ୍ୟାଣ ପାଇଁ ସର୍ବୋତ୍ତମ କାର୍ଯ୍ୟ କରିଛନ୍ତି ସେମାନଙ୍କୁ ଦିଆଯାଏ। ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ମେଡିସିନ ବା ଭେଷଜ ବିଜ୍ଞାନ, ସାହିତ୍ୟ ଏବଂ ଶାନ୍ତି ଭଳି ଅନେକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ସ୍ବିଡେନ ବ୍ୟବସାୟୀ ତଥା ଡାଇନାମାଇଟର ଉଦ୍ଭାବକ ଆଲଫ୍ରେଡ ନୋବେଲଙ୍କ ସ୍ମୃତିରେ ଏହି ପୁରସ୍କାର ପ୍ରଦାନ କରାଯାଉଛି। ଆଲଫ୍ରେଡ ନୋବେଲ ଏହି ପୁରସ୍କାରକୁ ପାଣ୍ଠି ଦେବା ପାଇଁ ତାଙ୍କର ଅଧିକାଂଶ ରୋଜଗାର ଛାଡିଥିଲେ। ୧୯୦୧ରେ ପ୍ରଥମ ଥର ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ୧୯୬୮ରେ, ସ୍ବିଡେନର ସେଣ୍ଟ୍ରାଲ ବ୍ୟାଙ୍କ ଏଥିରେ ଆଉ ଏକ ବର୍ଗ, ଅର୍ଥନୈତିକ ବିଜ୍ଞାନ ଯୋଡିଥିଲା।

Share