ଓ୍ବିମ୍ବଲଡନ୍‌ ଫାଇନାଲ ଦେଖିଲେ ରାଜକୁମାରୀ

ଲଣ୍ଡନ,୧୪ା୭:ବ୍ରିଟେନ୍‌ ରାଜକୁମାରୀ କେଟ୍‌ ମିଡିଲଟନ୍‌ କ୍ୟାନ୍‌ସରରୁ ଆରୋଗ୍ୟ ହେଉଥିବାବେଳେ ରବିବାର ଲଣ୍ଡନରେ ଅନୁଷ୍ଠିତ ଓ୍ବିମ୍ବଲଡନ୍‌ ପୁରୁଷ ଫାଇନାଲ୍‌ ମ୍ୟାଚ୍‌ ଦେଖିବାକୁ ଆସିଥିଲେ। ସେ ରୟାଲ ବକ୍ସରେ ଆସନ ଗ୍ରହଣ କଲାବେଳେ ଉତ୍ସାହିତ ଦର୍ଶକମାନଙ୍କୁ ହାତ ହଲାଇ ଅଭିନନ୍ଦନ ଜଣାଉଥିବା ଦେଖାଯାଇଥିଲା। ତାଙ୍କ ପାଖରେ ଅଭିନେତା ଟମ୍‌ କ୍ରୁଜ୍‌, ଜେଣ୍ଡାୟା ଏବଂ ହଗ୍‌ ଜାକ୍‌ମାନ ବସିଥିଲେ। ୪୨ ବର୍ଷୀୟା ପ୍ରିନ୍ସେସ୍‌ ଅଫ୍‌ ଓ୍ବେଲ୍ସଙ୍କ ସହ ତାଙ୍କର ୯ ବର୍ଷର ଝିଅ ଚାର୍ଲୋଟେ ଥିଲେ। ମ୍ୟାଚ୍‌ ପୂର୍ବରୁ ମିଡିଲଟନ୍‌ ଖେଳାଳିଙ୍କ ସହ କଥା ହେଉଥିବା ଦେଖାଯାଇଥିଲା। ମେନ୍ସ ସିଙ୍ଗଲ ଫାଇନାଲରେ ସର୍ବିୟାର ନୋଭାକ୍‌ ଜୋକୋଭିକ୍‌ ଏବଂ ସ୍ପେନ୍‌ର କାର୍ଲୋସ୍‌ ଅଲ୍‌କାରାଜ ପରସ୍ପରକୁ ଭେଟିଥିଲେ।

Share