Categories: ବାଣିଜ୍ୟ

ପଟିଆରେ ଶୋ’ରୁମ୍‌ କାଟିନାପି ଖୋଲିଲା

ଭୁବନେଶ୍ୱର,୧୧।୧: ପଟିଆସ୍ଥିତ ପ୍ରମିଳା ଟାଓ୍ବାରରେ ଫର୍ନିଚର ଓ ଇଣ୍ଟେରିଅର ଡିଜାଇନ୍‌ ଶୋ’ରୁମ୍‌ କାଟିନାପି ଖୋଲିଛି। ଓଲିଓଡ୍‌ ଅଭିନେତ୍ରୀ ଏଲିନା ସାମନ୍ତରାୟ, ଫ୍ୟାଶନ ଡିଜାଇନର ସବ୍ୟସାଚୀ ଶତପଥୀ , ଇଣ୍ଡିଆ ଫେମ ମାଷ୍ଟର ସେଫ୍‌ ସ୍ମୃତିଶ୍ରୀ ସିଂ ଅତିଥି ଭାବେ ଯୋଗଦେଇ ବୁଧବାର ଶୋ’ରୁମ୍‌ର ଉଦ୍‌ଘାଟନ କରିଛନ୍ତି। ତେବେ ଲୋପାମୁଦ୍ରା ସାମଲ, ତପସ୍ୟା ପ୍ରସୂଜେନା , କବିତା ରଣା ଓ ଚନ୍ଦ୍ରଶେଖର ସାହୁଙ୍କ ସହଭାଗିତାରେ ଆରମ୍ଭ ହୋଇଥିବା ଏହି ଶୋ’ରୁମ୍‌ର ଅନେକ ବୈଶିଷ୍ଟ୍ୟ ରହିଛି। ଏଠାରେ ଘର ସାଜସଜ୍ଜାର ସମସ୍ତ ପ୍ରକାର ବିଳାସପୂର୍ଣ୍ଣ ଆସବାପତ୍ର ଉପଲବ୍ଧ ହେବ ବୋଲି ଲୋପାମୁଦ୍ରା ସୂଚନା ଦେଇଛନ୍ତି। ଅଞ୍ଚଳବାସୀଙ୍କ ଚାହିଦାକୁ ଦୃଷ୍ଟିରେ ଆକର୍ଷଣୀୟ ଫର୍ନିଚର ଏଠାରେ ମିଳିବ। ଭୁବନେଶ୍ୱରବାସୀ ଯେଉଁ ପ୍ରକାର ଆସବାବପତ୍ର ପାଇଁ ବାହାର ରାଜ୍ୟ ଉପରେ ନିର୍ଭରଶୀଳ ହେଉଛନ୍ତି ତାହା ସୁଲଭ ମୂଲ୍ୟରେ ଏଠାରେ ମିଳିବ ବୋଲି ସୂଚନା ଦିଆଯାଇଛି। ତେବେ ଘରସଜ୍ଜା ଉପକରଣ ନୁହେଁ ବରଂ ଅଫିସ୍‌ ଓ ରେଷ୍ଟୁରାଣ୍ଟ ଆଦିକୁ ନୂଆ ଲୁକ୍‌ ଦେବା ପାଇଁ ଏହି ଶୋ’ରୁମ୍‌ ପ୍ରୟାସ କରୁଥିବା କୁହଯାଇଛି। ଘର ଓ ଅଫିସ ଇଣ୍ଟେରିଆର ଡିଜାଇନ, ମୋଡ଼ୁଲାର କିଚେନ ପ୍ରସ୍ତୁତ କରିବାରେ ଏହାର ସ୍ବତନ୍ତ୍ରତା ବଜାୟ ରଖିବାକୁ ଉଦ୍ୟମ କରାଯିବ। ଆଧୁନିକ ଶୈଳୀରେ ଘର ବା ଅଫସର ରୂପରେଖ ବଦଳାଇବା ସହ ଉନ୍ନତ ମାନର ଉପକରଣ ଯୋଗାଇଦିଆଯିବ । ସବୁବର୍ଗର ଲୋକଙ୍କ ପକେଟକୁ ସୁହାଇଲା ଭଳି ଦାମ ରଖାଯାଇଛି। କାଟିନାପି ଓଡ଼ିଶାର ନିଜସ୍ବ ବ୍ରାଣ୍ଡ ହୋଇଥିବା ବେଳେ ଏଠାରେ ଭାରତର ବିଭିନ୍ନ ସ୍ଥାନର ଆସବାବପତ୍ର ସହ ବିଭିନ୍ନ ନାମୀଦାନୀ ଗୁଣବତ୍ତା ବ୍ରାଣ୍ଡ୍‌ର ମିଳିଥାଏ।

Share