Categories: ପୁରୀ

କାତପଡ଼ା, ହଳଦିଆପଡ଼ା ଗ୍ରାମ କଣ୍ଟେନ୍‌ମେଣ୍ଟ ଜୋନ୍‌

କଣାସ,୧୯ା୭(ସ୍ବ.ପ୍ର.): ପୁରୀ ଜିଲା କଣାସ ବ୍ଲକ ଅନ୍ତର୍ଗତ କାତପଡ଼ା ଓ ହଳଦିଆପଡା ଗ୍ରାମରେ ରବିବାର ୨ଜଣ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ବିଡିଓ ରବୀନ୍ଦ୍ର କୁମାର ପ୍ରଧାନ ଉକ୍ତ ଦୁଇ ଗ୍ରାମକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରିଛନ୍ତି। ଚିହ୍ନଟ ଦୁଇ ପରିବାରର ସମସ୍ତ ସଦସ୍ୟଙ୍କ ସ୍ବାବ୍‌ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବ। ରିପୋର୍ଟ ଆସିବା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ଲୋକମାନେ ବାହାରକୁ ନ ଯିବା ଓ ବାହାର ଲୋକଙ୍କୁ ଏହି ଜୋନ୍‌ ପରିସରକୁ ନ ଆସିବା ଲାଗି ନିର୍ଦ୍ଦେଶ ରହିଛି। ଗୋଷ୍ଠୀ ସଂକ୍ରମଣକୁ ଏଡ଼ାଇବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ବିଡିଓ କହିଛନ୍ତି।