ବିବାହ ପୂର୍ବରୁ ଭିକିଙ୍କ ଘରେ କାଟ୍ରିନା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କାଟ୍ରିନା କୈଫ ଏବଂ ଭିକି କୌଶଲଙ୍କର ବିବାହ ଉତ୍ସବ ଆସନ୍ତା କାଲିଠୁ ଆରମ୍ଭ ହୋଇଯିବ।  କିନ୍ତୁ ସେମାନଙ୍କ ବିବାହକୁ ନେଇ ସେମାନେ ନିଜେ ଏ ବିଷୟରେ କୌଣସି ସୂଚନା ଦେଇନାହାନ୍ତି। ନିକଟରେ କାଟ୍ରିନା ରବିବାର ରାତିରେ ତାଙ୍କ ମା’ ଏବଂ ଭଉଣୀ ସହ ଭିକିଙ୍କ ଘରକୁ ଯାଇଥିଲେ। ତେବେ କାଟ୍ରିନା ଧଳା ରଙ୍ଗର ପିଷ୍ଟାଇନ୍‌ ଶାଢିରେ ନଜର ଆସୁଥିବା ବେଳେ ତାଙ୍କ ମା’ ସବୁଜ ରଙ୍ଗର କୁର୍ତ୍ତା ଏବଂ ଭଉଣୀ ବ୍ଲୁ ଡ୍ରେସରେ ଦେଖିବାକୁ ମିଳିଥିଲା। କାଟ୍ରିନା ଖୁବ୍‌ ସୁନ୍ଦର ଦେଖାଯାଉଥିଲେ। ସେ ଖୁସିରେ ଘର ବାହାରେ ପୋଜ୍‌ ଦେଉଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଛାଇ ଯାଇଛି।

କାଟ୍ରିନା ଏବଂ ଭିକି ତାଙ୍କ ବିବାହ ପାଇଁ ସବୁ ପ୍ରକାର ଆୟୋଜନ କରିସାରିଥିବା ଜଣାପଡିଛି। ସେ ତାଙ୍କ ବିବାହ ପାଇଁ ମଧ୍ୟ ଏସ୍‌ଓପି ଜାରି କରିଛନ୍ତି। ଫୋନ୍‌ ଆଉ ମିଡିଆକୁ ଅନୁମତି ନାହିଁ ବୋଲି ସେ ପୂର୍ବରୁ କହିଥିଲେ। ତେବେ ତାଙ୍କ ବିବାହ ଆସନ୍ତା ୯ରେ ହେବା ନେଇ ଚର୍ଚ୍ଚା ହେଉଛି।

Share