ସ୍ବାମୀଙ୍କୁ ଏହି ୩ ନାଁରେ ଡାକନ୍ତି କ୍ୟାଟ୍ରିନା

ଅଭିନେତା ବିକି କୌଶଲ ଏବଂ କ୍ୟାଟ୍ରିନା କୈଫ୍‌ ବଲିଉଡ୍‌ର ସବୁଠୁ ହଟ୍‌ କପଲ୍‌ ଭାବେ ଜଣାଶୁଣା। ଉଭୟ ପରସ୍ପରର ପ୍ରଶଂସା କରିବାକୁ ଆଦୌ ପଛାନ୍ତି ନାହିଁ। ନିକଟରେ କରଣ ଜୋହରଙ୍କ ପପୁଲାର ଶୋ’ କଫି ଓ୍ବିଥ୍‌ କରଣରେ ଅଭିନେତ୍ରୀ କିଆରା ଆଡଭାନୀଙ୍କ ସହ ନଜର ଆସିଥିଲେ ବିକି। ଏହି ସମୟରେ ସ୍ତ୍ରୀ କ୍ୟାଟ୍ରିନାଙ୍କ ବିଷୟରେ ସେ ଅନେକ ଖୁଲାସା କରିଥିଲେ।
ଶୋ’ର ହୋଷ୍ଟ କରୁଥିବା କରଣ ଜୋହର ବିକିଙ୍କୁ ପଚାରିଥିଲେ, ଆପଣଙ୍କ ପାର୍ଟନର କେଉଁ ୩ ନାଁରେ ଡାକନ୍ତି। ଏହାର ଜବାବରେ ବିକି କହିଥିଲେ, ବୁବୁ, ବେବି ଏବଂ ହେହେୟ। ଏହାର ଜବାବ ଶୁଣି କେବଳ କରଣ ନୁହେଁ, କିଆରା ମଧ୍ୟରେ ଜୋରରେ ହସିଥିଲେ।
ବିକି କୌଶଲଙ୍କ ଅଭିନୀତ ‘ସାମ ବାହାଦୂର’ ଡିସେମ୍ବର ୧ରେ ରିଲିଜ୍‌ ହୋଇଛି। ଫିଲ୍ମଟି ରଣବୀର କପୁରଙ୍କ ଆନିମଲକୁ ଜବରଦସ୍ତ ଟକ୍କର ଦେଉଛି।

 

Share