ପ୍ରୋଫାଇଲ ଫଟୋ ବଦଳାଇଲେ କ୍ୟାଟ୍ରିନା

ମୁମ୍ବାଇ: ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲଙ୍କ ବିବାହ ରାଜସ୍ଥାନରେ ହୋଇସାରିବା ପରେ ଦୁହେଁ ମୁମ୍ବାଇ ଫେରି ଆସିଛନ୍ତି। ଉଭୟ ମିଡିଆ ସାମ୍ନାରେ ପ୍ରଥମ ଥର ପାଇଁ ପୋଜ୍‌ ଦେଉଥିବା ଦେଖିବାକୁ ମିଳିଥିଲା। ତେବେ ନିକଟରେ କ୍ୟାଟ୍ରିନା ଇନଷ୍ଟାଗ୍ରାମ୍‌ରେ ନିଜ ପ୍ରୋଫାଇଲ ଫଟୋ ଚେଞ୍ଜ କରିଛନ୍ତି। ନିଜ ଫଟୋ ହଟାଇ ସେ ଭିକିଙ୍କ ସହ ରୋମାଣ୍ଟିକ୍‌ ଅନ୍ଦାଜର ଏକ ଫଟୋ ରଖିଛନ୍ତି। ସେହି ଫଟୋଟି ତାଙ୍କର ବିବାହ ବେଳର, ଦୁହେଁ ପରସ୍ପରକୁ ଅନେଇଛନ୍ତି। ଯାହାକୁ ଫ୍ୟାନ୍ସ ଖୁବ୍‌ ପସନ୍ଦ କରିଛନ୍ତି। ଇନଷ୍ଟଗ୍ରାମ୍‌ରେ ପ୍ରୋଫାଇଲ ଫଟୋ ପରିବର୍ତ୍ତନ କରିବା ପରେ କେବେ ସେ ସରନେମ ବଦଳାଉଛନ୍ତି ତାହା ଉପରେ ଫ୍ୟାନ୍ସଙ୍କ ନଜର ରହିଛି ।

Share