ସଲମାନଙ୍କ ଭଉଣୀଙ୍କୁ ବିବାହରେ ନିମନ୍ତ୍ରଣ କରିନାହାନ୍ତି କାଟ୍ରିନା

ମୁମ୍ବାଇ: ଅଭିନେତ୍ରୀ କାଟ୍ରିନା କୈଫ୍‌ ଏବଂ ଭିକି କୌଶଲଙ୍କ ବିବାହ ଚଳିତମାସ ୯ ତାରିଖରେ ରାଜସ୍ଥାନରେ ହେବ ବୋଲି କୁହାଯାଉଛି। ବିବାହର ସମସ୍ତ ପ୍ରସ୍ତୁତି ସରିବା ଉପରେ। ଅତିଥିଙ୍କ ତାଲିକା ମଧ୍ୟ ହୋଇସାରିଛି। ତେବେ ଶୁଣିବାକୁ ମିଳୁଛି କାଟ୍ରିନା-ଭିକିଙ୍କ ବିବାହରେ ବଲିଉଡ୍‌ ଇଣ୍ଡଷ୍ଟ୍ରିର ଦବଙ୍ଗ ଖାନ୍‌ ସଲମାନଙ୍କ ଭଉଣୀ ଅର୍ପିତାଙ୍କୁ ନିମନ୍ତ୍ରଣ କରାଯାଇନାହିଁ।

ଅର୍ପିତା କାଟ୍ରିନାଙ୍କ ଭଲ ବନ୍ଧୁ। ଜୁଆଡ଼େ ଯାଆନ୍ତି ଦୁଇଜଣ ସାଥୀ ହୋଇ। ସୋସିଆଲ ମିଡିଆରେ ମଧ୍ୟ ଉଭୟେ କଥାବାର୍ତ୍ତା କରୁଥିବାର ଅଧିକାଂଶ ସମୟ ଦେଖିବାକୁ ମିଳେ। ଏହା ପରେ ବି କାଟ୍ରିନା ଅର୍ପିତାଙ୍କୁ କାହିଁକି ନିମନ୍ତ୍ରଣ କରିନାହାନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ବିଷୟରେ ଖୋଦ୍‌ ଅର୍ପିତା ହିଁ କହିଛନ୍ତି।

ଏକ ସାକ୍ଷାତକାରରେ ଅର୍ପିତା ଏକଥା କହିଛନ୍ତି ଯେ, ତାଙ୍କୁ ଭିକି କିମ୍ବା କାଟ୍ରିନା କେହି ନିମନ୍ତ୍ରଣ କରିନାହାନ୍ତି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଏତେ ସବୁ ପ୍ରସ୍ତୁତି ସରିଥିଲେ ମଧ୍ୟ ଭିକି କିମ୍ବା କାଟ୍ରିନା ସେମାନଙ୍କ ବିବାହ ତାରିଖ ସ୍ପଷ୍ଟ କରିନାହାନ୍ତି। କେବେ ସେମାନଙ୍କ ମଧ୍ୟରେ ଡେଟ୍‌ ହୋଇଥିଲା ତାହା ବି କହିନାହାନ୍ତି। ତେବେ ଦେଖାଯାଉ ଆଗକୁ କ’ଣ ଘଟୁଛି।

Share