ସଲମାନଙ୍କୁ ଜନ୍ମଦିନରେ ଏମିତି ଉପହାର ଦେଲେ କ୍ୟାଟ୍ରିନା

ବଲିଉଡ ଅଭିନେତା ସଲମାନ ଖାନଙ୍କ ପାଇଁ ୫୬ତମ ଜନ୍ମଦିନ ଅତ୍ୟନ୍ତ ସ୍ବତନ୍ତ୍ର ଥିଲା। ଅନେକ ସେଲିବ୍ରିଟ ପାନଭେଲରେ ସଲମାନଙ୍କ ଜନ୍ମଦିନ ପାର୍ଟିରେ ଅଂଶଗ୍ରହଣ କରିଥିବାବେଳେ ଅନେକ ସୋସିଆଲ ମିଡିଆରେ ଥ୍ରୋବ୍ୟାକ ଫଟୋ ଶେୟାର କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସଲ୍ଲୁ ମଧ୍ୟ ତାଙ୍କ ଜନ୍ମଦିନରେ ଅନେକ ଉପହାର ପାଇଥିଲେ। ଭାଇଭଉଣୀ ଏବଂ ମାତାପିତାଙ୍କ ବ୍ୟତୀତ ସଲମାନଙ୍କୁ ତାଙ୍କ ସହ-ଅଭିନେତ୍ରୀ କ୍ୟାଟ୍ରିନା କୈଫ, ଶିଳ୍ପା ସେଟ୍ଟୀ ଏବଂ ଜ୍ୟାକଲିନ ଫର୍ନାଡିଜ ବହୁ ମହଙ୍ଗା ଉପହାର ଦେଇ ଅଭିନନ୍ଦନ ଜଣାଇଥିଲେ
କ୍ୟାଟ୍ରିନା ସଲ୍ଲୁଙ୍କୁ ପ୍ରାୟ ୩ ଲକ୍ଷ ମୂଲ୍ୟର ଏକ ସୁନା ବ୍ରେସଲେଟ ଦେଇଥିବାବେଳେ ଜ୍ୟାକଲିନ ପ୍ରାୟ ୧୨ ଲକ୍ଷ ମୂଲ୍ୟର ଘଣ୍ଟା ଉପହାର ଦେଇଛନ୍ତି। ଶିଳ୍ପା ୧୬-୧୭ ଲକ୍ଷ ମୂଲ୍ୟର ଏକ ହୀରା ବ୍ରେସଲେଟ ଉପହାର ଦେଇଛନ୍ତି। କେବଳ ଏହି ଅଭିନେତ୍ରୀ ନୁହଁନ୍ତି, ବଲିଉଡ ଅଭିନେତା ଅନିଲ କପୁର ପ୍ରାୟ ୨୯ ଲକ୍ଷ ମୂଲ୍ୟର ଏକ ଚମଡ଼ାଜ୍ୟାକେଟକୁ ଉପହାର ଦେଇଛନ୍ତି। ସଞ୍ଜୟ ଦତ୍ତ ପ୍ରାୟ ୮ ଲକ୍ଷ ଘଣ୍ଟା ଦେଇଛନ୍ତି। ଏଥିସହିତ ସଲମାନ ଖାନଙ୍କ ଭଉଣୀ ଅର୍ପିତା ଖାନ ଭାଇଙ୍କୁ ପ୍ରାୟ ୧୭ ଲକ୍ଷ ମୂଲ୍ୟର ଏକ ରୋଲକ୍ସ ଘଣ୍ଟା ଉପହାର ଦେଇଛନ୍ତି। ସୋହେଲ ଖାନ ୨୫ ଲକ୍ଷ ଟଙ୍କାର ବିଏମଡବ୍ଲୁ କାର ଏବଂ ଅରବାଜ ଖାନ ୩ କୋଟି ଟଙ୍କାର ଅଡି ଆରଏକ୍ସକ୍ୟୁ ୮ କାର୍‌ ଦେଇଥିଲେ।

Share