ମୁମ୍ବାଇ: ବଲିଉଡ୍ ଅଭିନେତା ଭିକି କୌଶଲ ଏବଂ ଅଭିନେତ୍ରୀ କାଟ୍ରିନା କୈଫ୍ଙ୍କ ବିବାହ ଚଳିତମାସ ୯ ତାରିଖରେ ଜୟପୁରରେ ହେବ। ବିବାହ ପ୍ରସ୍ତୁତି ଜୋରସୋର୍ରେ ଚାଲିଛି। ସୋସିଆଲ ମିଡିଆରେ ବି ଏନେଇ ଖୁବ୍ ଚର୍ଚ୍ଚା। ତେବେ ଶୁଣିବାକୁ ମିଳୁଛି ଏହି ବିବାହରେ କାଟ୍ରିନା ସଲମାନ ଏବଂ ତାଙ୍କ ପୂର୍ବତନ ପ୍ରେମିକ ରଣବୀର କପୁରଙ୍କୁ ନିମନ୍ତ୍ରଣ କରିନାହାନ୍ତି।
କାଟ୍ରିନା ଆରମ୍ଭରେ ବହୁତ ପ୍ରଫେଶନାଲ ଥିଲେ। ରଣବୀର କପୁରଙ୍କ ସହିତ ବ୍ରେକ୍ଅପ୍ ପରେ କାଟ୍ରିନା ଫିଲ୍ମ ‘ଜଗା ଜାସୁସ୍’ର ଶୁଟିଂ ପୂରା କରିଥିଲେ। ଏହି ସମୟରେ ସେ ରଣବୀରଙ୍କ ସହ ବସି ଇଣ୍ଟରଭ୍ୟୁ ଦେଇଥିଲେ। କୁହାଯାଉଥିଲା କାଟ୍ରିନା କାହାକୁ ଡାକନ୍ତୁ ନ ଡାକନ୍ତୁ ରଣବୀରଙ୍କୁ କିନ୍ତୁ ନିଶ୍ଚିତ ଡାକିବେ। ମାତ୍ର ଏହାକୁ ଭୁଲ ପ୍ରମାଣିତ କରିଛନ୍ତି କାଟ୍ରିନା।