ଅମିତାଭ ବଚ୍ଚନଙ୍କୁ ଇମ୍ପ୍ରେସ କଲେ କାଟ୍ରିନା

ଲୋକପ୍ରିୟ ଟିଭି ଶୋ’ କୌନ ବନେଗା କରୋଡପତି ସିଜନ ୧୩କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଶୋ’କୁ ବିଗ୍‌ ବି ଅମିତାଭ ବଚ୍ଚନ ହୋଷ୍ଟ କରୁଛନ୍ତି। ସେ ପ୍ରତିଯୋଗୀଙ୍କ ନିଜ ପୁରୁଣା ସ୍ମୃତି ଶେୟାର କରନ୍ତି। ସେଲିବ୍ରିଟି ଶୁକ୍ରବାର ଏପିସୋଡରେ ଏଥର ଅଭିନ୍ରେତୀ କାଟ୍ରିନା କୈଫ ଏବଂ ଅକ୍ଷୟ କୁମାର ହଟ ସିଟରେ ବସିବେ । ସୋନି ଚ୍ୟାନେଲର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଏପିସୋଡର ଏକ ପ୍ରୋମୋ ଭିଡିଓ ଶେୟାର କରାଯାଇଛି। ଭିଡିଓରେ କାଟ୍ରିନା ଏମିତି କିଛି କହିଛନ୍ତି ଯାହା ଶୁଣି ଶୋ’ର ହୋଷ୍ଟ ଅମିତାଭ ବଚ୍ଚନ ଇମ୍ପ୍ରେସ ହୋଇଯାଇଛନ୍ତି। କାଟ୍ରିନା ଅମିତାଭ ବଚ୍ଚନଙ୍କ ଆଇକନିକ ଫିଲ୍ମ ଅଗ୍ନିପଥର ସଂଳାପ କହୁଛନ୍ତି। ବିଗ୍‌ ବି ଏହା ଶୁଣ ପରେ ବହୁତ ପ୍ରଭାବିତ ହୋଇ କୁହନ୍ତି, ମ୍ୟାଡାମ! ତୁମେ ମୋ କାମ ଛଡେଇ ନେବ। ବିଗ ବିଙ୍କ ଏହି କଥା ଶୁଣି କାଟ୍ରିନାଙ୍କ ପାଖରେ ହଟ ସିଟରେ ବସିଥିବା ଅକ୍ଷୟ କୁମାର ମଧ୍ୟ ହସିଥିଲେ।
ଆଜିକାଲି ଅକ୍ଷୟ କୁମାର ଏବଂ କାଟ୍ରିନା କୈଫ ନିଜ ଫିଲ୍ମ ସୂର୍ଯ୍ୟବଂଶୀ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଅଜୟ ଦେବଗନ ଏବଂ ରଣଭୀର ସିଂ ମଧ୍ୟ ଏହି ଫିଲ୍ମରେ ନଜର ଆସିବେ। ଏକ ଅଂଶ। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରୋହିତ ସେଟ୍ଟୀ। ଏହି ଫିଲ୍ମ ନଭେମ୍ବର ୫ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

Share