ଗ୍ଲାମରସ୍‌ ଲୁକ୍‌ରେ କ୍ୟାଟ୍ରିନା

ମୁମ୍ବାଇ: ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କୁ ବିବାହ ପରେ ପ୍ରଥମ ଥର ପାଇଁ ଗ୍ଲାମରସ୍‌ ଲୁକ୍‌ରେ ଦେଖିବାକୁ ମିଳିଛି। ଇଶାନ ଖଟ୍ଟର ଏବଂ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ଅଭିନୀତ ଏକ୍ସେଲ ଏଣ୍ଟରଟେନ୍‌ମେଣ୍ଟର ‘ଫୋନ ଭୂତ୍‌’ର ଟ୍ରେଲର୍‌ ବେଶ୍‌ ପ୍ରଶଂସିତ ହୋଇଛି। ଫିଲ୍ମର ଟ୍ରେଲର ଦେଖିବା ପରେ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି। ପ୍ରଶଂସକଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ନିର୍ମାତା ଏହାର ଗୋଟିଏ ଗୀତର ଟିଜର ଲଞ୍ଚ କରିଛନ୍ତି।

କ୍ୟାଟ୍ରିନା, ସିଦ୍ଧାନ୍ତ ଏବଂ ଇଶାନଙ୍କ ଉପରେ ନିର୍ମିତ ଏହି ଗୀତର ନାମ ହେଉଛି ‘କିନ୍ନା ସୋନା’। ଏହି ଗୀତରେ କ୍ୟାଟ୍ରିନାଙ୍କୁ ଅତ୍ୟନ୍ତ ଗ୍ଲାମରସ ଷ୍ଟାଇଲରେ ଦେଖିବାକୁ ମିଳିଛି। କ୍ୟାଟ୍ରିନା ଏକ ଲାଲ୍‌ ମିନି ଡ୍ରେସରେ ହଇଚଇ ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି। ସିଦ୍ଧାନ୍ତ ଏବଂ ଇଶାନ ବହୁତ ସୁନ୍ଦର ଦେଖାଯାଉଛନ୍ତି।

ଏକ ଭୟଙ୍କର ପ୍ରାସାଦର ପୃଷ୍ଠଭୂମିରେ ଶୁଟିଂ ହୋଇଥିବା ‘କିନ୍ନା ସୋନା’ ଗୀତ ଟିଜରରେ କ୍ୟାଟ୍ରିନାଙ୍କୁ ତାଙ୍କ କୋ-ଷ୍ଟାର ଇଶାନ ଏବଂ ସିଦ୍ଧାନ୍ତଙ୍କ ସହ ହଟ୍‌ ଲୁକ୍‌ରେ ଦେଖିବାକୁ ମିଳିଛି। ଦର୍ଶକ କ୍ୟାଟ୍‌ଙ୍କର ଏହି ଲୁକ୍‌କୁ ଖୁବ୍‌ ପସନ୍ଦ କରିଛନ୍ତି। ଫିଲ୍ମର ଟ୍ରେଲର ଲଞ୍ଚ ହେବା ଦିନ ୟୁଟ୍ୟୁବ୍‌ରେ ୧ ନମ୍ବରରେ ଟ୍ରେଣ୍ଡ ହୋଇଥିଲା। ମାତ୍ର ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩୦ ମିଲିୟନ ଭ୍ୟୁ ଅତିକ୍ରମ କରିଥିଲା।

ଗୁରୁମିତ ସିଂଙ୍କ ଦ୍ୱାରା ନିର୍ଦ୍ଦେଶିତ ତଥା ରବି ଶଙ୍କରନ୍‌ ଏବଂ ଜସବିନ୍ଦର ସିଂ ବାଥ୍‌ଙ୍କ ଦ୍ୱାରା ଲିଖିତ ‘ଫୋନ୍‌ ଭୂତ’ ଏକ୍ସେଲ ଏଣ୍ଟରଟେନ୍‌ମେଣ୍ଟ ଦ୍ୱାରା ନିର୍ମିତ। ଯେଉଁଥିରେ ରିତେଶ ସିଦ୍ଧଓ୍ବାନୀ ଏବଂ ଫରହାନ ଅଖତର ନେତୃତ୍ୱ ନେଇଛନ୍ତି। ଏହି ଫିଲ୍ମଟି ଚଳିତବର୍ଷ ନଭେମ୍ବର ୪ରେ ମୁକ୍ତିଲାଭ କରିବାକୁ ଯାଉଛି।

Share