ଅଷ୍ଟ୍ରିଆରେ କ୍ୟାଟ୍ରିନା, ଶେୟାର କଲେ ବ୍ରେକ୍‌ଫାଷ୍ଟ ଫଟୋ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଏବେ ଅଷ୍ଟ୍ରିଆରେ ଅଛନ୍ତି। ସେ ସଲମାନଙ୍କ ସହ ଫିଲ୍ମ ‘ଟାଇଗର-୩’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। କ୍ୟାଟ୍‌ ଶୁଟିଂ ଲୋକେଶନର ଫଟୋ ଏବେ ଶେୟାର କରିଛନ୍ତି। ଯାହା ଖୁବ୍‌ ଭାଇରାଲ ହେଉଛି।

ଅଷ୍ଟ୍ରିଆ ପୂର୍ବରୁ କ୍ୟାଟ୍‌ ତାଙ୍କ ଇନ୍‌ଷ୍ଟାଗ୍ରାମରେ ତୁର୍କିରେ ହୋଇଥିବା ଫିଲ୍ମର କିଛି ଶୁଟିଂର ଫଟୋ ଶେୟାର କରିଥିଲେ। ଏବେ କ୍ୟାଟ୍ରିନା ତାଙ୍କର ଆଉ କିଛି ଫଟୋ ଶେୟାର କରିଛନ୍ତି। ଏଥିରୁ ଗୋଟିଏ ଫଟୋରେ ସେ ବ୍ରେକ୍‌ଫାଷ୍ଟ କରୁଥିବାର ନଜର ଆସିଛନ୍ତି। ଯାହାକୁ ପ୍ରଶଂସକମାନେ ଖୁବ୍‌ ପସନ୍ଦ କରିଛନ୍ତି।

ଫିଲ୍ମ‘ଟାଇଗର-୩’ରେ ମନୀଷ ଶର୍ମା ନିର୍ଦ୍ଦେଶନା ଦେଇଛନ୍ତି। କରୋନା ମହାମାରୀ ଯୋଗୁ ଏହି ଫିଲ୍ମର ଶୁଟିଂକୁ ବନ୍ଦ କରାଯାଇଥିଲା। ଏବେ ଏହାର ପୁଣି ଶୁଟିଂ ଚାଲିଛି। ଏହି ଫିଲ୍ମର ପ୍ରଥମ ପାର୍ଟ ଥିଲା ‘ଏକ ଥା ଟାଇଗର’। ଯାହାକୁ କବୀର ଖାନ୍‌ ନିର୍ଦ୍ଦେଶନା ଦେଇଥିଲେ। ୨୦୧୨ରେ ଏହା ରିଲିଜ ହୋଇଥିଲା। ଏହାର ଦ୍ୱିତୀୟ ଭାଗ ଥିଲା ‘ଟାଇଗର ଜିନ୍ଦା ହୈ’। ଏହା ୨୦୧୭ରେ ରିଲିଜ ହୋଇଥିଲା।

Share