କ୍ୟାଟ୍ରିନାଙ୍କ ନାଁରେ ଉଠିଥିଲା ଗୁଜବ, ଏବେ ଜଣାପଡ଼ିଲା ସତ

ମୁମ୍ବାଇ: ଦୀର୍ଘଦିନ ଧରି ଡେଟିଂ ପରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବଂ ଅଭିନେତା ଭିକ୍କି କୌଶଲ ଶେଷରେ ୨୦୨୧ରେ ବିବାହ କରିଥିଲେ। ଏହା ମଧ୍ୟରେ ସେମାନଙ୍କ ବିବାହକୁ ୨ ବର୍ଷ ଅତିକ୍ରମ କରିଥିବାବେଳେ ନିକଟରେ କ୍ୟାଟ୍ରିନା ଗର୍ଭବତୀ ଥିବା ନେଇ ଗୁଜବ ସୃଷ୍ଟି ହୋଇଥିଲା, ଯାହା ଏବେ ସ୍ପଷ୍ଟ ହୋଇଛି। କ୍ୟାଟ୍ରିନାଙ୍କୁ ମୁମ୍ବାଇରେ ଏକ ସବୁଜ ରଙ୍ଗର ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଯେଉଁଥିରେ ତାଙ୍କ ପେଟ ଆକାର ବଡ଼ ନ ଥିବା ଜଣାପଡ଼ିଥିଲା। କିଛି ଦିନ ହେବ କ୍ୟାଟ୍ରିନା ଗର୍ଭବତୀ ଥିବା ସବୁଆଡ଼େ ଚର୍ଚ୍ଚା ହେଉଥିଲା। ଯେହେତୁ କ୍ୟାଟ୍ରିନା ଖାଲି ସାଲୱାର ଶୁଟ୍‌ରେ ନଜରକୁ ଆସୁଥିଲେ, ପ୍ରଶଂସକମାନେ ଅଭିନେତ୍ରୀ ଗର୍ଭବତୀ ଥିବା ସନ୍ଦେହ କରୁଥିଲେ। କ୍ୟାଟ୍ରିନା ୨୦୦୩ରୁ ତାଙ୍କ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ପରେ ସେ ଅନେକ ହିଟ୍‌ ସିନେମା ପ୍ରଶଂସକଙ୍କୁ ଭେଟି ଦେଇ ଲୋକପ୍ରିୟ ହୋଇପାରିଛନ୍ତି। ଗତବର୍ଷ ଶେଷଥର ପାଇଁ ତାଙ୍କୁ ଫିଲ୍ମ ‘ଫୋନ ବୁଥ୍‌’ରେ ଦେଖିବାକୁ ମିଳିଥିଲା। ଆଗାକୁ ସେ ମୁଭି ‘ଟାଇଗର ୩’ ଏବଂ ‘ମେରି କ୍ରିଷ୍ଟମାସ୍‌’ରେ ନଜରକୁ ଆସିବେ। ଏଥିସହ ସେ କିଛି ମ୍ୟୁଜିକ୍‌ ଭିଡିଓରେ ମଧ୍ୟ ନଜରକୁ ଆସିଛନ୍ତି।

Share