ଏବେ ଟେନ୍‌ସନ୍‌ରେ କାଟ୍ରିନା

ମୁମ୍ବାଇ: ଆଜିକାଲି କାଟ୍ରିନା କୈଫ୍‌-ଭିକି କୌଶଲଙ୍କ ବିବାହକୁ ନେଇ ଜୋରଦାର୍‌ ଚର୍ଚ୍ଚା ଚାଲିଛି। ପ୍ରତିଦିନ ବିବାହକୁ ନେଇ କିଛି ନା କିଛି ନୂଆ ଖବର ସାମ୍ନାକୁ ଆସୁଛି। ପ୍ରଶଂସକମାନେ ମଧ୍ୟ କାଟ୍ରିନାଙ୍କ ବଧୂବେଶ ଦେଖିବା ପାଇଁ ଉତ୍ସାହର ସହ ଚାହିଁ ରହିଛନ୍ତି। ବିବାହକୁ ନେଇ ସମସ୍ତ ପ୍ରସ୍ତୁତି ବି ଶେଷ ହେବା ଉପରେ। ଆସନ୍ତା ୯ ତାରିଖରେ ଭିକିଙ୍କ ସହ ସାତଫେରା ନେବେ କାଟ୍ରିନା।

ଏକ ସାକ୍ଷାତକାରରେ କାଟ୍ରିନା କହିଥିଲେ, ଦୀପିକା ଏବଂ ପ୍ରିୟଙ୍କାଙ୍କ ବିବାହ ପରେ ସେ ସିଙ୍ଗଲ ଅଛନ୍ତି। ସେ କହିଥିଲେ, ସମସ୍ତେ ବିବାହ କରୁଛନ୍ତି, ମୁଁ ବି ପଛରେ ପଡ଼ିବି ନାହିଁ। ଏବେ କିନ୍ତୁ ବିବାହ ପାଖେଇ ଆସୁଥିବା ବେଳେ କାଟ୍ରିନାଙ୍କ ଟେନ୍‌ସନ ବଢ଼ି ଯାଉଛି। ବିବାହରେ ସେ କେମିତି ସୁନ୍ଦର ଦେଖାଯିବେ, କ’ଣ ଡାଏଟ୍‌ କରିବେ ଏହାକୁ ନେଇ ଚିନ୍ତାରେ ବଢ଼ିଯାଇଛନ୍ତି। ଏହା ସହିତ ସେ ବ୍ୟାୟାମ ପ୍ରତି ମଧ୍ୟ ଧ୍ୟାନ ଦେଉଛନ୍ତି।

Share