ସାଙ୍ଗଙ୍କ ସହ ଛୁଟି କାଟୁଛନ୍ତି କ୍ୟାଟ୍ରିନା

ମୁମ୍ବାଇ: ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ନିକଟରେ ତାଙ୍କ ଜନ୍ମଦିନ ପାଳନ କରିଥିଲେ। ଏହି ସ୍ବତନ୍ତ୍ର ଦିନର କିଛି ଫଟୋ ଏବଂ ଭିଡିଓ ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ସେ ଏକ ଡିପ୍‌ ନେକ୍‌ ଡ୍ରେସ୍‌ ପିନ୍ଧିଥିବା ନଜର ଆସିଛନ୍ତି। ଓ୍ବାନ୍‌ ପିସ୍‌ ଡ୍ରେସ ପିନ୍ଧି ରିଲାକ୍ସ ମୋଡ୍‌ରେ ପୋଜ ଦେଇଛନ୍ତି। ପ୍ରଥମ ଫଟୋରେ ତାଙ୍କ କେଶ ମୁକୁଳା ରଖିଛନ୍ତି। ଆଉ ଏକ ଫଟୋରେ ସେ ଅଲଗା କେଉଁଆଡ଼େ ଚାହିଁଛନ୍ତି। ଗୋଟିଏ ଫଟୋରେ ସେ ଛାଇରେ ବସିଛନ୍ତି। ଏହି ଫଟୋରେ ସେ ବେଶ୍‌ ଖୁସିଥିବା ନଜର ଆସିଛନ୍ତି।

ଫଟୋ ଶେୟାର କରି କ୍ୟାଟ୍ରିନା କ୍ୟାପଶନ ଲେଖିଛନ୍ତି, ‘ବହୁତ ଭଲ ସମୟ, ଧନ୍ୟବାଦ। କ୍ୟାଟ୍ରିନାଙ୍କ ଏହି ଫଟୋ ଇନ୍‌ଷ୍ଟାଗ୍ରାମରେ ଭାଇରାଲ ହେଉଛି। ଘଣ୍ଟାକ ମଧ୍ୟରେ ପ୍ରାୟ ୧ ଲକ୍ଷ ଲୋକ ପସନ୍ଦ କରିଛନ୍ତି। ୩୨୦୦ ୟୁଜର କମେଣ୍ଟ ବି ମନ୍ତବ୍ୟ ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ମାଇ ବ୍ୟୁଟିଫୁଲ୍‌। ଆଉ ଜଣେ ୟୁଜର ଲେଖିଛନ୍ତି, ତୁମେ ସବୁଠାରୁ ସୁନ୍ଦର। ଅନ୍ୟ ଜଣେ ଲଭ୍‌ ବୋଲି ଲେଖିଛନ୍ତି।

କ୍ୟାଟ୍ରିନା ତାଙ୍କ ଜନ୍ମଦିନରେ ବନ୍ଧୁ ଏବଂ ସ୍ବାମୀ ଭିକି କୌଶଲଙ୍କ ସହ ମାଳଦ୍ୱୀପ ଯାଇଥିଲେ। ସାଙ୍ଗମାନଙ୍କ ସହିତ ସୁନ୍ଦର ମୁହୂର୍ତ୍ତକୁ କ୍ୟାଟ୍‌ ବେଶ୍‌ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା। କ୍ୟାଟ୍‌ ତାଙ୍କ ସାଙ୍ଗମାନଙ୍କ ସହ ଏକ ସୁଇମିଂପୁଲ୍‌ରେ ବସିଥିବା ବେଳେ ସମସ୍ତେ ବହୁତ ଖୁସି ଦେଖାଯାଉଛନ୍ତି।

Share