ରୋମାଣ୍ଟିକ୍‌ ହେଲେ କ୍ୟାଟ୍ରିନା

ବି-ଟାଉନର ସବୁଠାରୁ ଲୋକପ୍ରିୟ ଦମ୍ପତିମାନଙ୍କ ମଧ୍ୟରୁ କ୍ୟାଟ୍ରିନା କୈଫ ଏବଂ ବିକି କୌଶଲ ଅନ୍ୟତମ। କିନ୍ତୁ ଉଭୟ ବ୍ୟକ୍ତିଗତ ଜୀବନକୁ ବେଶ୍‌ ସତର୍କ। କ୍ୟାଟ୍ରିନା ଏବଂ ବିକି ସୋସିଆଲ ମିଡିଆରେ ସେମାନଙ୍କର ଖୁବ୍‌ କମ ଫଟୋ ଶେୟାର କରନ୍ତି। ନିକଟରେ କ୍ୟାଟ୍ରିନା ସ୍ବାମୀ ବିକିଙ୍କ ସହ ଏକ ରୋମାଣ୍ଟିକ ଫଟୋ ଶେୟାର କରିଛନ୍ତି। ଫଟୋରେ ଉଭୟ ପରସ୍ପର ସହ ସମୟ ବିତାଉଥିବାର ନଜର ଆସିଛନ୍ତି। ଉଭୟ ନିଜ ବାଲକୋନୀରେ ସମୁଦ୍ର ଆଡକୁ ଠିଆ ହୋଇଛନ୍ତି ଏବଂ ପରସ୍ପରର ହାତ ଧରିଥିବାର ନଜର ଆସିଛନ୍ତି। ଉଭୟ ଏକ ସୁନ୍ଦର ସୂର୍ଯ୍ୟଅସ୍ତ ଉପଭୋଗ କରୁଛନ୍ତି।
ବିକି ଏବଂ କ୍ୟାଟ୍ରିନା ବିବାହ ପରେ ଜୁହୁରେ ଏକ ଘର ନେଇଛନ୍ତି। ଉଭୟଙ୍କୁ ପ୍ରଥମ ଥର ପାଇଁ ସ୍କ୍ରିନ ସେୟାର କରୁଥିବା ଦେଖିବାକୁ ମିଳିବ। ଯଦିଓ ସେ କୌଣସି ଫିଲ୍ମ ପାଇଁ ନୁହେଁ ବରଂ ଏକ ବିଜ୍ଞାପନରେ ଦୁହେଁ ନଜର ଆସିବେ।
କ୍ୟାଟ୍ରିନା ଖୁବ ଶୀଘ୍ର ଫିଲ୍ମ ‘ଫୋନ ଭୁତ’ରେ ନଜର ଆସିବେ। ଏହି ଭୟାନକ କମେଡି ଫିଲ୍ମରେ ସେ ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ଇଶାନ ଖଟ୍ଟରଙ୍କ ସହ ସ୍କ୍ରିନ ଶେୟାର କରୁଥିବା ନଜର ଆସିବେ। ଅକ୍ଟୋବର ୭ରେ ଏହି ଫିଲ୍ମ ପ୍ରେକ୍ଷାଳୟକୁ ଆସିବ।

 

Share