ବିବାହ ପାଇଁ ଏସ୍‌ଓପି ଜାରି କଲେ କାଟ୍ରିନା

ମୁମ୍ବାଇ: ବଲିଉଡର କାଟ୍ରିନା କୈଫ ଏବଂ ଭିକି କୌଶଲ ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଆସନ୍ତା ୯ ତାରିଖରେ ଏମାନଙ୍କ ବିବାହ ହେବା ନେଇ ସେମାନେ ସମସ୍ତ ପ୍ରକାର ଆୟୋଜନ କରିସାରିଛନ୍ତି। ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଜୋରସୋରରେ ଚର୍ଚ୍ଚା ଚାଲିଛି। ଏହାରି ଭିତରେ ଏହି ଦୁଇ ସେଲିବ୍ରିଟି ନିଜ ବିବାହ ପାଇଁ ଏସ୍‌ଓପି ଜାରି କରିଛନ୍ତି।

ଜାରି କରିଥିବା ନିୟମ ଅନୁଯାୟୀଙ୍କୁ ବିବାହରେ ଯୋଗ ଦେବାକୁ ଆସିଥିବା ସମସ୍ତ ଅତିଥିଙ୍କୁ ଏନ୍‌ଡିଏ କ୍ଲଜ ଫର୍ମରେ ସାଇନ କରିବାକୁ ପଡିବ। କେବଳ ସେତିକି ନୁହେଁ ବିବାହକୁ ଅତିଥିମାନେ ଫୋନ ଆଣିପାରିବେ ନାହିଁ। ଫଟୋ, ଭିଡିଓ , ବିବାହର ଲୋକେସନ କିମ୍ବା ତଥ୍ୟ ମଧ୍ୟ ସୋସିଆଲ ମିଡିଆରେ ଶେୟାର କରିପାରିବେ ନାହିଁ। ୱେଡିଂ ପ୍ଲାନର୍‌ଙ୍କ ଅନୁମୋଦନ ପରେ ହିଁ ସମସ୍ତ ଫଟୋ ପବ୍ଲିସ ହେବ। ବିବାହ ଭେନ୍ୟୁରେ କୌଣସି ରିଲ କିମ୍ବା ଭିଡିଓ ତିଆରି କରାଯାଇପାରିବ ନାହିଁ। ନୂଆ ଭାରିଆଣ୍ଟ ‘ଓମିକ୍ରନ’ ଚିନ୍ତାର କାରଣ ପାଲଟିଛି। ସେମାନେ କୌଣସି ପ୍ରକାରର ରିସ୍କ ନେବାକୁ ଚାହୁଁ ନାହାନ୍ତି। ଏଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା ଏବଂ କରୋନା ସଚେତନତା ଅବଲମ୍ବନ କରାଯାଉଛି।

Share