ସଲମାନଙ୍କୁ ଦଣ୍ଡ ଦେଲେ କାଟ୍ରିନା

ଟିଭିର ସବୁଠାରୁ ବିବାଦୀୟ ଶୋ’ ବିଗ ବସ ରେ ଗୋଟିଏ ପରେ ଗୋଟିଏ ଟୁଇଷ୍ଟ ଦେଖିବାକୁ ମିଳୁଛି। ନିକଟରେ ଶୋ’ର ନାମ ଏପିସୋଡରେ କାଟ୍ରିନା କୈଫ ଏବଂ ରୋହିତ ଶେଟ୍ଟୀ ସେମାନଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ପ୍ରମୋଶନ ପାଇଁ ପହଞ୍ଚିଛନ୍ତି। ଏହି ଶୋ’ରେ କାଟ୍ରିନା ଶୋ’ର ହୋଷ୍ଟ ସଲମାନ ଖାନଙ୍କ ସହ ବହୁତ ମଜା କରୁଥିବା ଦେଖିବାକୁ ମିଳିଥିଲା। ଏପରିକି କ୍ୟାଟ୍ରିନା ସଲ୍ଲୁଙ୍କ କ୍ଲାସ ନେଇଥିଲେ। ଭିଡିଓରେ ଏହା ଦେଖିବାକୁ ମିଳେ ଯେ କାଟ୍ରିନା ଏବଂ ସଲମାନ ଖାନ ଟେବୁଲରେ ମୁହାଁମୁହିଁ ବସିଛନ୍ତି, ଯାହା ପରେ ଉଭୟଙ୍କ ମଧ୍ୟରେ ଥଟ୍ଟା ପରିହାସ ଆରମ୍ଭ ହୋଇଯାଏ। ସଲମାନଙ୍କୁ ତାଙ୍କର କିଛି ଭୁଲ ଗଣନା କରି ତାଙ୍କୁ ଦଣ୍ଡ ମଧ୍ୟ ଦେଇଛନ୍ତି କାଟ୍ରିନା। ସଲମାନ ଶୁଟିଂକୁ ସବୁବେଳେ ବିଳମ୍ବ ଯାଉଥିବାରୁ କାଟ୍ରିନା ଦଣ୍ଡ ସ୍ବରୂପ ସଲମାନଙ୍କୁ ଏକ ଗୀତ ଗାଇବାକୁ କହିଥିଲେ। ଗୀତ ଗାଇବା ସହିତ ସେ ଏକ ମଜାଳିଆ ନୃତ୍ୟ ମଧ୍ୟ କରିଥିଲେ।


କାଟ୍ରିନା ଏବଂ ରୋହିତ ସେଟ୍ଟୀ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ପ୍ରମୋସନ କରିଥିଲେ। ଦିୱାଲୀ ଅବସରରେ ଏହି ଫିଲ୍ମ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। କାଟ୍ରିନା ଏବଂ ଅକ୍ଷୟ କୁମାରଙ୍କ ସହ ଅଜୟ ଦେବଗନ, ରଣଭୀର ସିଂ, ଗୁଲଶାନ ଗ୍ରୋଭର, ଜାଭେଦ ଜାଫ୍ରି, ଜ୍ୟାକି ଶ୍ରଫ ଏବଂ ନିକିତିନ ଧୀର ମଧ୍ୟ ଏହି ଫିଲ୍ମରେ ନଜର ଆସିବେ। ଏହି ଫିଲ୍ମ ନଭେମ୍ବର ୨ ଦିୱାଲୀ ଅବସରରେ ରିଲିଜ ହେବାକୁ ଯାଉଛି।

Share