ବିବାହର ୩ ମାସ ପରେ ଏହି କାମ କଲେ ଭିକି-କ୍ୟାଟ୍ରିନା

ବଲିଉଡର ନବବିବାହିତ ଦମ୍ପତି ବିକି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କ ବିବାହର ତିନି ମାସ ବିତିଗଲାଣି। ଦୁହେଁ ଗତ ବର୍ଷ ଡିସେମ୍ବର ୯ରେ ରାଜସ୍ଥାନରେ ବିବାହ କରିଥିଲେ, କିନ୍ତୁ ଆଇନଗତ ଭାବରେ ଗତ ସପ୍ତାହରେ ସେମାନଙ୍କ ବିବାହ ପଞ୍ଜିକୃତ ହୋଇଥିଲା। ମାର୍ଚ୍ଚ ୧୯ରେ ଉଭୟ ନିଜ ପରିବାର ସହିତ କୋର୍ଟରେ ପହଞ୍ଚି ବିବାହ ପଞ୍ଜୀକରଣ ପ୍ରକ୍ରିୟା ଶେଷ କରିଥିଲେ। ନିକଟରେ ଉଭୟ ପରିବାର ଏକ ଡିନର୍‌ରେ ଯାଇଥିଲେ। ୪ ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ ବିକି ଏବଂ କ୍ୟାଟ୍ରିନା ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବିବାହ ପର୍ଯ୍ୟନ୍ତ ଉଭୟ ନିଜ ସମ୍ପର୍କକୁ ଲୁଚାଇ ରଖିଥିଲେ। ଉଭୟଙ୍କ ବିବାହରେ କେବଳ ପରିବାର ଏବଂ ଘନିଷ୍ଠ ବନ୍ଧୁମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ବିବାହ ପରେ ଏକାସାଙ୍ଗରେ ଉଭୟ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ବିବାହ ଫଟୋ ଶେୟାର କରି ପ୍ରଶଂସକଙ୍କୁ ଜଣାଇଥିଲେ।

Share