ବିବାହ ପୂର୍ବରୁ ସାଢେ ୪ଲକ୍ଷ ଟଙ୍କାର କେକ୍ କାଟିଲେ କ୍ୟାଟ୍ରିନା କୈଫ!

ମୁମ୍ବାଇ: ବଲିଉଡ୍ ନାୟିକା କ୍ୟାଟ୍ରିନା କୈଫ ଓ ଅଭିନେତା ଭିକ୍କି କୌଶଲ ଗୁରୁବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । କିଛି ସମୟ ପୂର୍ବରୁ ଏମାନଙ୍କର ବିବାହ କାର୍ଯ୍ୟ ଅର୍ଥାତ୍ ପୂଜାପାଠ ଆରମ୍ଭ ହୋଇଯାଇଛି । ବଲିଉଡର ଏହି ଚର୍ଚ୍ଚିତ ବିବାହକୁ ନେଇ ସବୁଠି ଚାଲିଛି ଆଲୋଚନା । ଏହି ବିବାହକୁ ଅଭୁଲା କରି ରଖିବାକୁ ଉଭୟ ସବୁ ବ୍ୟବସ୍ଥା କରିଛନ୍ତି ତାହା ପୁଣି ଭିଭିଆଇପି ଢଙ୍ଗରେ । ତେବେ ବିବାହର କୌଣସି ଫଟୋ ବା ଭିଡିଓ ପଦାକୁ ଆସିବାକୁ ଅନୁମତି ନ ଥିବାରୁ ବାହାରର ଦୃଶ୍ୟ ହିଁ ଆଲୋଚନା ପାଇଁ କିଛି କିଛି ଖୋରାକ ଯୋଗାଉଛି । ବିବାହ ପୂର୍ବରୁ ଏମାନଙ୍କର ହଳଦୀ ଓ ମେହେନ୍ଦି ସେରିମନି ସରିଛି । ଏବେ ଏହାକୁ ନେଇ କିଛି ଖବର ଆସିଛି । ମେହେନ୍ଦି ଦିନ ବିବାହ ମଣ୍ଡପଟି ଆଲୋକମାଳରେ ସୁସଜ୍ଜିତ ହୋଇଥିବା ବେଳେ ଭିତରେ ଭିକ୍କିଙ୍କ ଅଭିନୀତ ଗୀତରେ ଅନେକ ପରଫରମାନ୍ସ କରାଯାଇଥିବା ଜଣାପଡିଛି । ତେବେ ମେହେନ୍ଦି ସେରିମନିରେ ଏହି ଦମ୍ପତି ଏକ କେକ୍ କାଟିଥିବା ଜଣାପଡିଛି । ଉକ୍ତ କେକ୍‌ଟି ସ୍ୱତନ୍ତ୍ର ଭାବେ ଅର୍ଡର କରାଯାଇ ଦିଲ୍ଲୀରୁ ମଗାଯାଇଥିବା କୁହାଯାଏ । ସବୁଠାରୁ ବଡ କଥା ହେଲା କେକଟି ୫ ଲେୟରର ହୋଇଥିବା ବେଳେ ଏବେ ଚର୍ଚ୍ଚାକୁ ଆସିଛି ଏହାର ଦାମ୍ । ଦିଲ୍ଲୀର ନାମୀ ପେଟିସିୟର ମାୟରା ଝୁନଝୁନୱାଲା ଏହାକୁ ତିଆରି କରିଥିବା ଶୁଣିବାକୁ ମିଳିଛି । ମିଡିଆ ରିପୋର୍ଟ ଅନୁଯାୟୀ ଏହି କେକର ଦାମ୍ ରହିଥିଲା ସାଢେ ୪ ଲକ୍ଷ ଟଙ୍କା । ଯାହା ଶୁଣିବା ପରେ ସମସ୍ତେ ଟିକେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ତେବେ କ୍ୟାଟ ତାଙ୍କ ବିବାହକୁ ଅଭୁଲା କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଭିକ୍କି ବି କିଛି ପଛରେ ନାହାଁନ୍ତି ସେ ବି କୋଟି କୋଟି ଟଙ୍କା ଖର୍ଚ୍ଚ କରି କ୍ୟାଟ୍ରିନା କୈଫଙ୍କୁ ଘରକୁ ବୋହୂକରି ନେଇ ଯାଉଛନ୍ତି ।

Share