ଭାଲେଟାଇନ୍ସ ଡେ’ରେ ମନ ଦୁଃଖ କଲେ କ୍ୟାଟ୍ରିନା

ବଲିଉଡ୍‌ ଅଭିନେତା ବିକି କୌଶଲ-କ୍ୟାଟ୍ରିନା କୈଫଙ୍କ ବିବାହ ପରେ ସେମାନଙ୍କର ପ୍ରଥମ ‘ଭାଲେଣ୍ଟାଇନ୍ସ ଡେ’ ପାଳନ କରୁଛନ୍ତି। ଏହି ବିଶେଷ ଦିନରେ ଉଭୟଙ୍କୁ ଲଣ୍ଡନରୁ ଫେରୁଥିବାବେଳେ ମୁମ୍ବାଇ ବିମାନବନ୍ଦରରେ ଏକାଠି ଦେଖିବାକୁ ମିଳିଥିଲା। କ୍ୟାଟ୍ରିନା ଏବଂ ଭିକି ୁ ଫେରିଛନ୍ତି। ଏହା ସହିତ କ୍ୟାଟ୍ରିନା ‘ଭାଲେଣ୍ଟାଇନ୍ସ ଡେ’ରେ ବିକିଙ୍କ ପାଇଁ ଏକ ସ୍ବତନ୍ତ୍ର ବାର୍ତ୍ତା ଲେଖିଛନ୍ତି। କ୍ୟାଟ୍ରିନା ବିକିଙ୍କୁ କୋଳାଗ୍ରତ କରିବାର ଏକ ଫଟୋ ଶେୟାର କରି କ୍ୟାପସନରେ ଲେଖିଛନ୍ତି- ଆମେ ହୁଏତ ଚଳିତ ବର୍ଷ ରୋମାଣ୍ଟିକ ଡିନର କରିପାରି ନାହୁଁ, କିନ୍ତୁ ତୁମେ କଷ୍ଟକର ମୁହୂର୍ତ୍ତକୁ ସହଜ କରିଦିଅ,ତାହା ହିଁ ଗୁରୁତ୍ୱପୂର୍ଣ୍ଣ ଅଟେ।
କ୍ୟାଟ୍ରିନା ଏବଂ ବିକି ଡିସେମ୍ବର ୯ରେ ରାଜସ୍ଥାନର ସୱାଇ ମାଧୋପୁରରେ ବିବାହ କରିଥିଲେ। ବିହାହ ପରେ ଦୁହେଁ ନିଜ ନିଜ କାମରେ ବ୍ୟସ୍ତ ହୋଇଯାଇଥିଲେ।

Share