ସରିଲା କାଟ୍ରିନା-ଭିକିଙ୍କ ବିବାହ, ସାମିଲ ହୋଇଥିଲେ ଏହି ସେଲିବ୍ରିଟି

ମୁମ୍ବାଇ: ଅଭିନେତ୍ରୀ କାଟ୍ରିନା କୈଫ୍‌- ଭିକି କୌଶଲଙ୍କ ବିବାହ ରାଜସ୍ଥାନର ସିକ୍ସ ସେନ୍ସ ଦୁର୍ଗରେ ସମ୍ପନ୍ନ ହୋଇଛି। ଆଜି ଅପରାହ୍ନରେ ଭିକି ବରଯାତ୍ରୀଙ୍କ ସହ ଶୋଭାଯାତ୍ରାରେ ଆସିଥିଲେ। ପରେ ଘୋଡ଼ା ଉପରେ ବସି ବିବାହ ମଣ୍ଡପକୁ ଏଣ୍ଟ୍ରି ମାରିଥିଲେ। ପ୍ରଥମେ ପ୍ରବେଶ ପଥରେ ରୀତିନୀତି ଶେଷ ହେବା ପରେ ଭିତରକୁ ଯାଇଥିଲେ। ସମସ୍ତେ ରାଜପୁତ୍‌ ଶୈଳୀରେ ଶେରଓ୍ବାନି ପିନ୍ଧିଥିବାର ଦେଖାଯାଇଥିଲା।

ବିବାହ ମଣ୍ଡପରେ ଭିକି-କାଟ୍ରିନା ପରସ୍ପରର ଜୀବନସାଥୀ ହୋଇଥିଲେ। ଏହି ବିବାହ ଦେଖିବାକୁ କଟକଣା ଥିବାରୁ ଗ୍ରାମବାସୀ ଉଚ୍ଚ ସ୍ଥାନରେ ଠିଆ ହୋଇ ଦୂରରୁ ଦେଖୁଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡ଼କୁ ଏଡାଇବା ପାଇଁ ରିସର୍ଟଟିକୁ ଏକ କଳା କପଡ଼ାରେ ଘୋଡ଼ାଇ ଦିଆଯାଇଛି।

ଏହି ବିବାହରେ ଅନେକ ସେଲିବ୍ରିଟି ଯୋଗ ଦେଇଥିଲେ। ଅର୍ଜୁନ କପୁର, ଅକ୍ଷୟ କୁମାର, ସାରା ଅଲ୍ଲୀ ଖାନ୍‌ ଏବଂ ଆଲିଆ ଭଟ୍ଟଙ୍କ ସମେତ ଅନ୍ୟ ସେଲିବ୍ରିଟି ମଧ୍ୟ ଉପସ୍ଥିତ ଥିଲେ।

Share