ଏହି ପ୍ରୋଜେକ୍ଟରେ ଏକାଠି ନଜର ଆସିବେ କ୍ୟାଟ୍ରିନା-ଭିକି

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେବା ପରଠାରୁ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଏବଂ ଭିକି କୌଶଲ ଚର୍ଚ୍ଚାରେ ରହୁଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ ଶେୟାର କରି ପରସ୍ପର ପ୍ରତି ଥିବା ପ୍ରେମ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି।

ଏବେ ଶୁଣିବାକୁ ମିଳୁଛି, ଭିକି ଏବଂ କ୍ୟାଟ୍ରିନା ଖୁବ୍‌ଶୀଘ୍ର ଏକ ପ୍ରୋଜେକ୍ଟରେ ଏକାଠି ନଜର ଆସିବେ। ବିବାହ ପରେ ଦୁହେଁ ଏକାଠି ଅଭିନୟ କରିବାକୁ ଆଗ୍ରହୀ। ଏକ ପ୍ରତିଷ୍ଠିତ ବ୍ରାଣ୍ଡ ପାଇଁ ବିଜ୍ଞାପନରେ ଦୁହିଁଙ୍କୁ ଦେଖିବାକୁ ମିଳିବ।

ପ୍ରଶଂସକମାନେ ବି ଏହି ଯୋଡ଼ିକୁ ଦେଖିବା ପାଇଁ ଦୀର୍ଘଦିନ ହେଲା ଅପେକ୍ଷା କରିଛନ୍ତି। ଏଥି ସହିତ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି, ଏହି ଦମ୍ପତିଙ୍କୁ ଅନେକ ନିର୍ମାତା ଫିଲ୍ମ ଏବଂ ଓ୍ବେବ୍‌ ସିରିଜ ଅଫର ଦେଇଥିଲେ। କିନ୍ତୁ କ୍ୟାଟ୍ରିନା ଏବଂ ଭିକି ନିଜ ପାଇଁ କିଛି ବିଶେଷ ଯୋଜନା କରିବାକୁ ଚାହୁଁଛନ୍ତି।

Share