ଆଜି ପଡିବ ହାତଗଣ୍ଠି

ମୁମ୍ବାଇ: ବଲିଉଡ ଅଭିନେତୀ କାଟ୍ରିନା କୈଫ ଏବଂ ଭିକି କୌଶଲ ଗୁରୁବାର ବିବାହ ବନ୍ଧନରେ ବାନ୍ଧି ହେବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇସାରିଛି। ରାଜସ୍ଥାନର ସାୱାଇ ମାଧୋପୁରର ସିକ୍ସ ସେନ୍ସ ଫୋର୍ଟରେ ବିବାହ କରିବେ ଏହି ଯୋଡି। ଏହି ଦୁଇ ଷ୍ଟାର ସେଲିବ୍ରିଟିଙ୍କ ବିବାହକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଲାଗି ରହିଛି।

ତାଙ୍କ ବିବାହ ପୂରା ପ୍ରାଇଭେଟ୍‌ ରହିବ। ଉତ୍ସବରେ ଅତିଥିଙ୍କ ପାଇଁ ଫୋନ ଅନୁମତି ନାହିଁ। କେହି ଫଟୋ ମଧ୍ୟ ଉଠାଇ ପାରିବେ ନାହିଁ କି କେହି ସୋସିଆଲ ମିଡିଆରେ ଫଟୋ ଶେୟାର କରିପାରିବେ ନାହିଁ ।
ତେବେ କାଟ୍ରିନା ଆଜି ପଞ୍ଜାବୀ ବେଶରେ ନଜର ଆସିବେ ବୋଲି କୁହାଯାଉଛି। ଏଭଳି ବେଶରେ ସଜେଇ ହୁଅନ୍ତୁ ବୋଲି ଭିକିଙ୍କ ମା’ ବୀଣା କୌଶଲଙ୍କ ଇଚ୍ଛା। ଏଥିଲାଗି ପ୍ରସିଦ୍ଧ ଡ୍ରେସ ଡିଜାଇନର ସବ୍ୟସାଚୀ ତାଙ୍କ ପାଇଁ ଏବେ ଖାସ ଲେହେଙ୍ଗା ଡିଜାଇନ କରିଛନ୍ତି।

Share