ଲୁଚାଇ ପାରିଲେନି କ୍ୟାଟ୍ରିନା!

ମୁମ୍ବାଇ: ବଲିଉଡ ନାୟିକା କ୍ୟାଟ୍ରିନା କୈଫ ଏକେ ତାଙ୍କ ପ୍ରେଗ୍ନେସିକୁ ନେଇ ଅଛନ୍ତି ଚର୍ଚ୍ଚାରେ । ନିକଟରେ ସେ ତାଙ୍କ ବାର୍ଥଡେ’ ସେଲିବ୍ରେଟ କରିବାକୁ ଫ୍ୟାମିଲି ଓ ଫେଣ୍ଡସଙ୍କ ସହ ମାଲଦ୍ୱିପ ଯାଇଥିଲେ । ସେଠାକାର କିଛି ଫଟୋ ଓ ଭିଡିଓ ସେ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ସୋସିଆଲ ମିଡଆରେ ଶେୟାର ବି କରିଛନ୍ତି । ନିକଟରେ ତାଙ୍କର ଏକ ଭିଡିଓ କିନ୍ତୁ ଖୁବ୍ ଚର୍ଚ୍ଚାକୁ ଆସିଛି । ପ୍ରଶଂସକମାନେ ଅନୁମାନ କରୁଥିଲେ କି କ୍ୟାଟ୍ରିନା ଜନ୍ମଦିନରେ ପ୍ରେଗ୍ନେସି ଆନାଉନ୍ସମେଣ୍ଡ କରିବେ । ହେଲେ ସେମିତି କିଛି ଘଟିଲା ନାହିଁ । ହେଲେ ଏବେ ଯେଉଁ ଭିଡିଓଟି ସାମ୍ନାକୁ ଆସିଛି ତାହା କେବଳ ଚର୍ଚ୍ଚାକୁ ବଢାଇ ଚାଲିଛି । କାରଣ ଏହି ଭିଡିଓରେ କ୍ୟାଟଙ୍କ ବେବି ବମ୍ପ ଦେଖାଯାଉଛି ।
ଏହାକୁ ଦେଖିବା ପରେ ପ୍ରଶଂସକଙ୍କ ଖୁସି କହିଲେ ନ ସରେ । ପ୍ରଶଂସକମାନେ କ୍ୟାଟ ଓ ଭିକ୍କିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସୂଚନାଯୋଗ୍ୟ, ଭିଡିଓଟି ପିଙ୍କଭିଲାର ଅଫିସିଆଲ ଇନଷ୍ଟାଗ୍ରାମ ପେଜରେ ଶେୟାର କରାଯାଇଛି । ଏହି ଭିଡିଓରେ କ୍ୟାଟ୍ରିନା ମଜା ମସ୍ତି କରୁଥିବାରୁ ଛୋଟ ଛୋଟ ଭିଡିଓ ଦେଖିବାକୁ ମିଳିଛି । ଆଉ ଏହାରି ଭିତରେ କ୍ୟାଟଙ୍କ ବେବି ବମ୍ପ କ୍ୟାମେରାରେ କଏଦ ହୋଇଯାଇଛି । ଅଫିସିଆଲି ଯଦିଓ ଏହାର କୌଣସି ସୂଚନା ଦିଆଯାଇ ନାହିଁ ଏତିକିରେ କିନ୍ତୁ କ୍ୟାଟଙ୍କ ପ୍ରଶଂସକ ଖୁସିରେ ଝୁମି ଉଠିଛନ୍ତି । ତେବେ କ୍ୟାଟ ମା’ ହେବାକୁ ଯାଉଛନ୍ତି କି ନା ତାହା କ୍ୟାଟ କେବେ କନଫର୍ମ କରିବେ ତାକୁ ଅପେକ୍ଷା ରଖିଛନ୍ତି ପ୍ରଶଂସକ ।
କ୍ୟାଟ୍ରିନା ଖୁବଶୀଘ୍ର ସାଜିଦ ନାଡିୟାଡୱାଲାଙ୍କ ଅପକମିଂ ପ୍ରୋଜେକ୍ଟରେ କାମ କରିବାକୁ ଯାଉଛନ୍ତି । ଏଥିରେ ସେ କାର୍ତ୍ତିକ ଆର୍ଯ୍ୟନଙ୍କ ଅପୋଜିଟରେ ନଜର ଆସିବେ ।

Share