କ୍ୟାଟ୍ରିନାଙ୍କ ବିଷୟରେ ଏମିତି କହିଲେ ଦିଅର

ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବେ କୌଶଲ ପରିବାରର ବୋହୂ। କୌଶଲ ପରିବାରକୁ ଆସିବା ପରେ କେବଳ କ୍ୟାଟ ନୁହେଁ, ତାଙ୍କ ଶାଶୁ, ଶ୍ୱଶୂର ଏବଂ ଦିଅର ବହୁତ ଖୁସି ଅଛନ୍ତି। ଆମେ ଏହା କହୁ ନାହୁଁ। କ୍ୟାଟ୍ରିନାଙ୍କ ଦିଅର ତଥା ବିକି କୌଶଲଙ୍କ ଭାଇ ସନ୍ନି ନିଜେ ଏହା ସ୍ବୀକାର କରିଛନ୍ତି। କ୍ୟାଟ୍‌ ଆସିବା ପରେ ଘରର ମାହୋଲ ବଦଳିଯାଇଛି ବୋଲି କୁହନ୍ତି ସନ୍ନି।
ସନି ଏବେ ବଲିଉଡରେ ନିଜର ପରିଚୟ ସୃଷ୍ଟି କରିବାରେ ବ୍ୟସ୍ତ ଅଛନ୍ତି। ଖୁବ ଶୀଘ୍ର ତାଙ୍କୁ ଅଭିନେତ୍ରୀ ନୁଶରତ ଭରୁଚାଙ୍କ ସହ ଫିଲ୍ମ ‘ହର୍‌ଦାଙ୍ଗ’ରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ସନ୍ନି ଜଣେ କଲେଜ ଛାତ୍ର ଭୂମିକାରେ ଅଛନ୍ତି। ଫିଲ୍ମଟି ୯୦ ଦଶକର ଆହ୍ଲାବାଦ ଉପରେ ପର୍ଯ୍ୟବେସିତ ହୋଇଛି। ନିକଟରେ ଏକ ସାକ୍ଷାତକାରରେ ଭାଇ ବିକି ଏବଂ ଭାଉଜ କ୍ୟାଟ୍ରିନାଙ୍କ ବିଷୟରେ ଖୋଲାଖୋଲି ମନ୍ତବ୍ୟ ଦେଇଥିଲେ ସନ୍ନି। ସେ କହିଛନ୍ତି, ଭାଇ-ଭାଉଜଙ୍କ ବୁଝାମଣା ବେଶ୍‌ ଭଲ। ଉଭୟ ସକାରାତ୍ମକ ବ୍ୟକ୍ତି। କ୍ୟାଟ୍ରିନା ବହୁତ୍‌ ସରଳ। ତେଣୁ ତାଙ୍କୁ ବୁଝିବାକୁ ବହୁତ ସମୟ ଲାଗେ ନାହିଁ।

 

Share