ଡିସେମ୍ବରରେ ବିବାହ କରିବେ ବଲିଉଡର ଏହି ଚର୍ଚ୍ଚିତ ଲଭ୍‌ବାର୍ଡ !

ବମ୍ବେ: ଡିସେମ୍ବରରେ ବିବାହ କରିବେ ବଲିଉଡ୍‌ର ଚର୍ଚ୍ଚିତ ଲଭ୍‌ବାର୍ଡ ବିକ୍କି କୌଶଲ-କଟ୍ରିନା କୈଫ। ଏନେଇ ଅନେକ କିଛି ଶୁଣିବାକୁ ମିଳୁଛି। ଡିଜାଇନର ସବ୍ୟସାଚୀ କଟ୍ରିନାଙ୍କ ବିବାହ ପୋଷାକ ପ୍ରସ୍ତୁତ କରୁଛନ୍ତି। ଯଦି ସବୁକିଛି ଠିକ୍‌ ରୁହେ ଖୁବ୍‌ଶୀଘ୍ର ପ୍ରଶଂସକମାନେ ଏହି ଖୁସିଖବର ଶୁଣିବାକୁ ପାଇବେ ବୋଲି ଦାବି କରାଯାଉଛି। ହେଲେ ପ୍ରସଙ୍ଗରେ ଏବେ ମୁହଁ ଖୋଲିଛନ୍ତି କଟ୍ରିନା। ଗତ ୧୫ ବର୍ଷ ଧରି ସେ ସମାନ ପ୍ରଶ୍ନ ଶୁଣି ଆସୁଛନ୍ତି ବୋଲି କହିବା ସହ ସବୁକିଛି ଦାବିରେ ସତ୍ୟତା ନ ଥିବା କହିଛନ୍ତି।

ଫିଲ୍ମ ବିଷୟରେ କଥା ହେଲେ କଟ୍ରିନା ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ନଜର ଆସିବେ। ତାଙ୍କର ଅପୋଜିଟ୍‌ରେ ଅକ୍ଷୟ କୁମାର ରହିଛନ୍ତି। ଏହାପରେ ଫିଲ୍ମ ‘ଟାଇଗର-୩’ରେ ସେ କାମ କରୁଛନ୍ତି। ସେହିଭଳି ବିକ୍କି ଫିଲ୍ମ ‘ସର୍ଦ୍ଦାର ଉଦ୍ଧମ ସିଂହ’ରେ ନଜର ଆସଛନ୍ତି। ଆମାଜନ ପ୍ରାଇମ୍‌ରେ ରିଲିଜ ହୋଇଥିବା ଏହି ଫିଲ୍ମକୁ ବହୁତ ଭଲ ରିଭ୍ୟୁ ମିଳିଛି।

Share