ଚର୍ଚ୍ଚାରେ କ୍ୟାଟ୍ରିନାଙ୍କ ମଙ୍ଗଳସୁତ୍ର: ଦାମ୍‌ ରହିଛି…

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ବିବାହ ପରେ ସୋସିଆଲ ମିଡିଆରେ ସକ୍ରିୟ ହୋଇପଡିଛନ୍ତି। ପ୍ରଶଂସକଙ୍କ ସହ ନୂଆ ନୂଆ ଫଟୋ ମଧ୍ୟ ଶେୟାର କରୁଛନ୍ତି। ନିକଟରେସେ ସେ ଶୀତବସ୍ତ୍ର ପିନ୍ଦି ଏକ ଫଟୋ ଶେୟାର କରିଛନ୍ତି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଫଟୋରେ କ୍ୟାଟ୍ରିନା ଏକ ମଙ୍ଗଳସୁତ୍ର ପିନ୍ଧିଥିବାର ନଜର ଆସିଛନ୍ତି।
କ୍ୟାଟ୍ରିନା ବିଭିନ୍ନ ପୋଜରେ ମୋଟ ୩ଟି ଫଟୋ ଶେୟାର କରିଛନ୍ତି। ଏହି ଫଟୋ ଗୁଡ଼ିକରେ ସେ ଡେନିମ ହଟ ପ୍ୟାଣ୍ଟ ଏବଂ ଏକ ବେଜି ଜିପ ଅପ ଜମ୍ପର୍‌ ପିନ୍ଧିଛନ୍ତି। ତାଙ୍କ ବେକରେ ମଙ୍ଗଲସୁତ୍ର ଦେଖାଯାଉଛି ଏବଂ ସେ ହସୁଛନ୍ତି । କାଟ୍ରିନା ପିନ୍ଧିଥିବା ମଙ୍ଗଳସୁତ୍ର ସବ୍ୟସାଚୀଙ୍କ ବଙ୍ଗାଲ ଟାଇଗର କଲେକ୍ସନର ବୋଲି କୁହାଯାଉଛି। କଳା ଏବଂ ଗୋଲ୍ଡ ମୋତିରେ ସଜ୍ଜିତ ଏହି ମଙ୍ଗଳସୁତ୍ରରେ ୨ଟି ଛୋଟ ହୀରା ଲାଗିଛି। ଏହାର ମୂଲ୍ୟ ପାଖାପାଖି ୭.୪ ଲକ୍ଷ ଟଙ୍କା।

 କ୍ୟାଟ୍ରିନା କୈଫ ଏବଂ ବିକି କୌଶଲ ଗତ ବର୍ଷ ଡିସେମ୍ବର ୯ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଏବେ ସେ ତାଙ୍କ ନୂଆ ଘରକୁ ସିଫ୍ଟ ହୋଇଛନ୍ତି।

Share