ମୁମ୍ବାଇ: ବଲିଉଡ ଅଭିନେତା ଭିକ୍କି କୌଶଲ ଓ ଅଭିନେତ୍ରୀ କ୍ୟାଟୟିନା କୈଫଙ୍କ ବିବାହକୁ ନେଇ କିଛି ଖବର ସାମ୍ନାକୁ ଆସିଛି । ଏମାନଙ୍କ ବିବାହକୁ ଭିକ୍କିଙ୍କ ପରିବାର ପକ୍ଷରୁ ମଞ୍ଜୁରୀ ମିଳିଯାଇଛି । ସୁଚନାଯୋଗ୍ୟ, ଉଭୟ ବିବାହକୁ ନେଇ କୌଣସି ଅଫିସିୟାଲ ସୂଚନା ଦେଇ ନ ଥିଲେ ବି ଏମାନଙ୍କ ଯୋଡିକୁ ନେଇ ଆଲୋଚନା ଜାରି ରହୁଛି । ଦୁଇଦିନ ପୂର୍ବରୁ ଭିକ୍କିଙ୍କ ମା’ ଦୀପାବଳି ଅବସରରେ କ୍ୟାଟ୍ରିନାଙ୍କ ପାଇଁ କିଛି ଭିନ୍ନ ଉପହାର ପଠାଇଥିବା ସୂଚନା ମିଳିଛି । ତେବେ ଏହି ଉପହାର ଭିତରେ ବିବାହ ପୂର୍ବର କାର୍ଡ, ଡାର୍କ ଚକୋଲେଟ ଓ ଆଉ କିଛି ସ୍ପେଶାଲ ଗିପ୍ଟ ଥିବା ଜଣାପଡିଛି । ତେଣୁ ଏବେ କୁହାଯାଉଛି କି ଭିକ୍କି-କ୍ୟାଟଙ୍କ ପରିବାର ଏମାନଙ୍କ ବିବାହ ପାଇଁ ପ୍ରସ୍ତୁତ ହୋଇ ଗଲେଣି । କ୍ୟାଟ୍ରିନାଙ୍କୁ ଡାର୍କ ଚକୋଲେଟ ପସନ୍ଦ ବୋଲି ଭିକ୍କିଙ୍କ ମା’ ନିଜ ହାତରେ ଏହାକୁ ତିଆରି କରି ପଠାଇଥିବା କୁହାଯାଏ । ଖୁବଶୀଘ୍ର ଏହି ଯୋଡିଙ୍କୁ ଦେଖିବାକୁ ତାଙ୍କର ପ୍ରଶଂସକମାନେ ଅପେକ୍ଷା ରଖିଛନ୍ତି ।