ବିମାନବନ୍ଦରରେ ଫସିଗଲେ କ୍ୟାଟ୍ରିନା

ମୁମ୍ବାଇ: ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ଅନ୍ୟତମ ସଫଳ ଅଭିନେତ୍ରୀ। ପ୍ରଶଂସକମାନେ ତାଙ୍କର ଗୋଟିଏ ଝଲକ ଦେଖିବାକୁ ସବୁବେଳେ ଉତ୍ସାହିତ ଥାନ୍ତି। ଯଦିଓ ‘ଟାଇଗର -୩’ ପରଠାରୁ କ୍ୟାଟ୍ରିନା କିଛି ସମୟ ପାଇଁ ମିଡିଆଠାରୁ ନିଜକୁ ସମ୍ପୂର୍ଣ୍ଣ ଦୂରେଇ ରଖିଥିଲେ, କିନ୍ତୁ ନିକଟରେ ଏହି ଅଭିନେତ୍ରୀଙ୍କୁ ମୁମ୍ବାଇ ବିମାନବନ୍ଦରରେ ସ୍ପଟ୍‌ କରାଯାଇଛି।

ଦୀର୍ଘଦିନ ପରେ ବିମାନବନ୍ଦରରେ କ୍ୟାଟ୍ରିନାଙ୍କୁ ଦେଖି ତାଙ୍କ ପ୍ରଶଂସକମାନେ ମଧ୍ୟ ବହୁତ ଖୁସି ହୋଇଥିଲେ। କ୍ୟାଟ୍ରିନାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ପ୍ରଶଂସକମାନେ ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି।

ଏହି ଭିଡିଓକୁ ସେଲିବ୍ରିଟି ଫଟୋଗ୍ରାଫର ଭାଇରାଲ ଭୟାନୀ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏଥିରେ ବିମାନବନ୍ଦରରୁ କ୍ୟାଟ୍ରିନା ବାହାରିବା ମାତ୍ରେ ତାଙ୍କୁ ପ୍ରଶଂସକମାନେ ଘେରି ରହିଥିଲେ।

ଦୀର୍ଘ ସମୟ ଧର ପ୍ରଶଂସକମାନେ କ୍ୟାଟ୍ରିନାଙ୍କୁ ବିମାନ ବନ୍ଦର ଛାଡ଼ିବାକୁ ଦେଇ ନ ଥିଲେ, ସେତେବେଳେ ତାଙ୍କ ସିକ୍ୟୁରିଟିଙ୍କୁ ଡାକି ଭିଡ଼ ହଟାଇବାକୁ କହିଥିଲେ। ଏହି ସମୟରେ ସେ ନିଜକୁ ସମ୍ପୂର୍ଣ୍ଣ ଶାନ୍ତ ରଖିଥିଲେ ଏବଂ ତାଙ୍କ ଷ୍ଟାଇଲ୍‌କୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି।

Share