ଗର୍ଭବତୀ ଅଛନ୍ତି କି କ୍ୟାଟ୍ରିନା, ହେଲା ଖୁଲାସା

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ନିକଟରେ ଅଭିନେତା ବିକି କୌଶଲଙ୍କୁ ବିବାହ କରିଛନ୍ତି। ଉଭୟଙ୍କ ବିବାହକୁ ୬ ମାସ ମଧ୍ୟ ପୂରିନି। କିନ୍ତୁ କ୍ୟାଟ୍ରିନା ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି ବୋଲି ତାଙ୍କ ପ୍ରଶଂସକ ଚର୍ଚ୍ଚା ଆରମ୍ଭ କରିଦେଇଛନ୍ତି। ଯାହାକୁ ନେଇ ବିକି-କ୍ୟାଟ୍ରିନାଙ୍କୁ ସ୍ପଷ୍ଟୀକରଣ ଦେବାକୁ ପଡ଼ିଛି। ବିକିଙ୍କ ମୁଖପାତ୍ର ଏହି ଖବରକୁ କେବଳ ଗୁଜବ ଏବଂ ଏଥିରେ କୌଣସି ସତ୍ୟତା ନାହିଁ ବୋଲି କହିଛନ୍ତି।
ଗତ ମାସରେ, କ୍ୟାଟ୍ରିନାଙ୍କୁ ମୁମ୍ବାଇ ବିମାନ ବନ୍ଦରରେ ଦେଖିବାକୁ ମିଳିଥିଲା। ଏହି ସମୟରେ ସେ ଢିଲା ପୋଷାକରେ ନଜର ଆସିଥିଲେ। ଏହା ଦେଖି କ୍ୟାଟ୍ରିନା ଦୁଇ ମାସ ଗର୍ଭବତୀ ଥିବା ଚର୍ଚ୍ଚା ହେଉଥିଲା।
କ୍ୟାଟ୍ରିନା ଏବଂ ବିବାହ ପରେ ନିଜ ନିଜ କାମରେ ବ୍ୟସ୍ତ ଅଛନ୍ତି। କ୍ୟାଟ୍ରିନା ନିକଟରେ ଟାଇଗର-୩ର ଶୁଟିଂ ଶେଷ କରି ଫିଲ୍ମ ‘ମେରୀ ଖ୍ରୀଷ୍ଟମାସ’ ପାଇଁ ଶୁଟିଂ ଆରମ୍ଭ କରିଛନ୍ତି। ବିକି ମଧ୍ୟ ବିବାହ ପରେ ତାଙ୍କ ନୂଆ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ସାରା ଅଲି ଖାନ ତାଙ୍କ ବିପକ୍ଷରେ ନଜର ଆସିବେ। ଏହା ବ୍ୟତୀତ ବିକିଙ୍କୁ ଶ୍ୟାମ ବାହାଦୂର ଦେଖିବାକୁ ମିଳିବ।

Share