କାଟ୍ରିନା କୈଫ ବାର୍ଷିକ କେତେ ଟଙ୍କା ଆୟ କରନ୍ତି ଜାଣନ୍ତି

ବଲିଉଡ ଅଭିନେତ୍ରୀ କାଟ୍ରିନା କୈଫ ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଅଭିନୀତ ଫିଲ୍ମ ‘ସୂର୍ଯ୍ୟବଂଶୀ’ ସଫଳତା ପରେ ତାଙ୍କ ଗୋଡ ଆଉ ତଳେ ଲାଗୁନାହିଁ। ଆହୁରି ମଧ୍ୟ, କାଟ୍ରିନା ଖୁବଶୀଘ୍ର ଅଭିନେତା ବିକି କୌଶଲଙ୍କୁ ବିବାହ କରିବାକୁ ଯାଉଛନ୍ତି। ବିବାହ ପୂର୍ବରୁ ତାଙ୍କୁ ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଆୟ କରିଛି। ତେବେ କାଟ୍ରିନା ଅନେକ ବର୍ଷ ହେବ ଫିଲ୍ମ ଜଗତରେ ସକ୍ରିୟ ଅଛନ୍ତି। ସେ ବାର୍ଷିକ କୋଟି କୋଟି ଟଙ୍କା ରୋଜଗାର କରନ୍ତି।
କାଟ୍ରିନା କେବଳ ଫିଲ୍ମରୁ ନୁହେଁ ବରଂ ନିଜର ମେକଅପ ବ୍ରାଣ୍ଡରୁ ମଧ୍ୟ ବାର୍ଷିକ କୋଟି ଟଙ୍କା ରୋଜଗାର କରନ୍ତି । କାଟ୍ରିନାଙ୍କ ମେକଅପ ବ୍ରାଣ୍ଡର ନାମ ହେଉଛି ବିୟୁଟି। ସେ ବାର୍ଷିକ ୨୨୪ କୋଟି ଟଙ୍କା ରୋଜଗାର କରନ୍ତି। କାଟ୍ରିନାଙ୍କ ଅଧିକାଂଶ ଆୟ ଫିଲ୍ମ, ବିଜ୍ଞାପନ ବ୍ରାଣ୍ଡ, ପତ୍ରିକା, ନିଜସ୍ବ ମେକଅପ ବ୍ରାଣ୍ଡରୁ ଆସିଥାଏ। ସେ ଗୋଟିଏ ଫିଲ୍ମ ପାଇଁ ପ୍ରାୟ ୧୧ କୋଟି ଟଙ୍କା ନିଅନ୍ତି। ଏଥି ସହିତ, କାଟ୍ରିନା ଏକ ବିଜ୍ଞାପନ ପାଇଁ ପ୍ରାୟ ୬ ରୁ ୭ କୋଟି ଚାର୍ଜ କରନ୍ତି।
କାଟ୍ରିନା ମଧ୍ୟ ନିଜର ସୌନ୍ଦର୍ଯ୍ୟ ପ୍ରଡକ୍ଟ ବଜାରରେ ଲଞ୍ଚ କରିଛନ୍ତି। ଜୋୟା ଅଖତର କାଟ୍ରିନାଙ୍କ ‘କେ ବିୟୁଟି’ ପାଇଁ ବିଜ୍ଞାପନ ଶୁଟ କରିଥିଲେ। ଫୋର୍ବସ ୨୦୧୯ ଅନୁଯାୟୀ, କାଟ୍ରିନା ହେଉଛନ୍ତି ଭାରତର ୨୩ ତମ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ସେଲିବ୍ରିଟି।

Share