ଟାଇଗର -୩ରୁ ଭାଇରାଲ ହେଉଛି କ୍ୟାଟ୍ରିନାଙ୍କ ଲୁକ

ମୁମ୍ବାଇ: ଟାଇଗର-୩ ହେଉଛି ‘ଟାଇଗର ଜିନ୍ଦା ହୈ’ ଓ ‘ଏକ ଥା ଟାଇଗର’ର ସିକ୍ୱେଲ। ଟାଇଗର ସିରିଜର ତୃତୀୟ ଭାଗକୁ ଅଭିନେତା ସଲମାନ ଖାଁ, କ୍ୟାଟ୍ରିନା କୈଫ ଏବଂ ଇମ୍ରାନ ହାସମୀଙ୍କୁ ନେଇ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି। ନିକଟରେ ଫିଲ୍ମର ନିର୍ମାତା ଫିଲ୍ମର ଟ୍ରେଲର ରିଲିଜ କରିଥିଲେ ଏବଂ ଏହା ପ୍ରଶଂସକଙ୍କ ପଜିଟିଭ ରେସପନ୍ସ ପାଇଛି। ସଲମାନ ଖାଁ ଏବଂ କ୍ୟାଟ୍ରିନା କୈଫ ଟ୍ରେଲରକୁ ନେଇ ପ୍ରଶଂସକଙ୍କ ଉତ୍ସାହ ପ୍ରକାଶ କରିଥିବାବେଳେ ଫିଲ୍ମ ନିର୍ମାତାମାନେ ଫିଲ୍ମର ଏକ ନୂଆ ପୋଷ୍ଟର ମଧ୍ୟ ରିଲିଜ କରିଛନ୍ତି ଯେଉଁଥିରେ ସଲମାନ, କ୍ୟାଟ୍ରିନା ଏବଂ ଇମ୍ରାନ ଦେଖାଯାଉଛନ୍ତି।

ଟାଇଗର-୩ର ଟ୍ରେଲର ପ୍ରଶଂସକମାନଙ୍କ ମଧ୍ୟରେ ବଡ଼ ଉତ୍ସାହ ସୃଷ୍ଟି କରିଛି କାରଣ ଦର୍ଶକେ ଏହାର ରିଲିଜକୁ ବଡ ଉତ୍ସୁକତାର ସହ ଅପେକ୍ଷା ରଖିଛନ୍ତି। ଫିଲ୍ମର ଟ୍ରେଲରକୁ ଭଲ ରେସପନ୍ସ ମିଳିଥିବା ବେଳେ ଫିଲ୍ମର ନିର୍ମାତାମାନେ ଫିଲ୍ମର ଏକ ନୂଆ ପୋଷ୍ଟର ଆଣିଛନ୍ତି ଯେଉଁଥିରେ ସଲମାନ ଖାଁ ଏବଂ କ୍ୟାଟ୍ରିନା କୈଫଙ୍କୁ ଦେଖିବାକୁ ମିଳିଛି। ପୋଷ୍ଟରରେ ଇମ୍ରାନ ହାସମି ମଧ୍ୟ ଦେଖାଦେଇଛନ୍ତି ଏବଂ ପୋଷ୍ଟରରେ କ୍ୟାଟ୍ରିନାଙ୍କ ଭିଲେନ ଲୁକକୁ ଦେଖି ଦର୍ଶକେ ଏକ୍ସାଇଡେଟ ହୋଇଯାଇଛନ୍ତି।

Share