ସଲମାନଙ୍କ ଗଳା ଚିପିଲେ କ୍ୟାଟ୍ରିନା, କାରଣ ଜାଣିଲେ…

ମୁମ୍ବାଇ: ଦବଙ୍ଗ ଖାନ୍‌ ସଲମାନ ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ଯୋଡ଼ିକୁ ପରଦାରେ ଲୋକେ ବହୁତ ପସନ୍ଦ କରନ୍ତି। ଏହି ଯୋଡ଼ି ଅନେକ ଫିଲ୍ମରେ ଅଭିନୟ କରିଥିବା ଦେଖିବାକୁ ମିଳିଛି। ଆଗାମୀ ଫିଲ୍ମରେ ମଧ୍ୟ ଏହି ଯୋଡ଼ି ପ୍ରଶଂସକଙ୍କ ମନୋରଞ୍ଜନ କରିବେ। ଏବେ ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ତାଙ୍କ ଫିଲ୍ମର ଏକ ଗୀତ ପାଇଁ ଶୁଟିଂ କରୁଥିବା ନଜର ଆସିଛନ୍ତି।

 

ସଲମାନ ଏବଂ କ୍ୟାଟ୍ରିନାଙ୍କ ଏହି ଭିଡିଓକୁ ୟଶରାଜ ଫିଲ୍ମସ ଏହାର ଅଫିସିଆଲ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଶେୟାର କରିଛି। ଭିଡିଓରେ ଉଭୟେ ‘ଏକ ଥା ଟାଇଗର’ ଫିଲ୍ମର ରୋମାଣ୍ଟିକ ଗୀତ ଶୁଟିଂ କରୁଛନ୍ତି। ଏହି ସମୟରେ ସଲମାନ କ୍ୟାଟ୍ରିନାଙ୍କ ଡ୍ୟାନ୍ସ ଷ୍ଟେପ ଦେଖିବା ପରେ ହସିବାକୁ ଲାଗିଲେ, ଯାହା ପରେ ଅଭିନେତ୍ରୀ ତାଙ୍କୁ ଗଳାକୁ ଚିପି ଦେଇଥିଲେ। ଏହା ଦେଖି ସମସ୍ତ ହସିହସି ଗଡ଼ି ଯାଇଥିଲେ। ସଲମାନ ଏବଂ କ୍ୟାଟ୍ରିନା ବି ଖୁବ୍‌ ହସିଥିଲେ।

ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା ୭୫ ହଜାରରୁ ଅଧିକ ଲୋକ ପସନ୍ଦ କରିଛନ୍ତି। ଜଣେ ୟୁଜର କହିଛନ୍ତି, ଆପଣ ଦୁହିଁଙ୍କ ଯୋଡ଼ି ଖୁବ୍‌ ସୁନ୍ଦର। ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ମୋର ପ୍ରିୟ ଯୋଡ଼ି।

Share