ରଣବୀରଙ୍କୁ ଖରାପ ନିର୍ମାତା କହିଲେ କ୍ୟାଟ୍ରିନା, ଜାଣନ୍ତୁ କାହିଁକି

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର କପୁରଙ୍କ ଆଜି ହେଉଛି ଜନ୍ମଦିନ। ୧୯୮୨ ମସିହା ସେପ୍ଟେମ୍ବର ୨୮ରେ ଜନ୍ମଗ୍ରହଣ କରିଥିବା ରଣବୀର ଆଜି ତାଙ୍କର ୩୮ ତମ ଜନ୍ମଦିବସ ପାଳନ କରୁଛନ୍ତି। ତେବେ ଆଜିର ଦିନରେ ଆସନ୍ତୁ ଜାଣିବା ତାଙ୍କ ସମ୍ପର୍କରେ କିଛି ଅଜଣା କଥା…
ରଣବୀର ଅଧିକାଂଶ ସମୟ ଚର୍ଚ୍ଚାରେ ରହିଥାନ୍ତି। କେତେବେଳେ ପ୍ରେମସମ୍ପର୍କକୁ ନେଇ ତ ଆଉ କେତେବେଳେ ଫିଲ୍ମକୁ ନେଇ। ରଣବୀରଙ୍କ ନାମ ପ୍ରାୟତଃ କିଛି ଅଭିନେତ୍ରୀଙ୍କ ସହ ଯୋଡ଼ା ଯାଇଥାଏ। ସେଥିମଧ୍ୟରୁ କ୍ୟାଟ୍ରିନାଙ୍କ ନାମ ଅନ୍ୟତମ। ରଣବୀର କ୍ୟାଟ୍ରିନାଙ୍କ ସହ ଅନେକ ଫିଲ୍ମରେ କାମ କରିଛନ୍ତି। ଯାହା ପରେ ଉଭୟଙ୍କ ସମ୍ପର୍କ ବିଷୟରେ ଚର୍ଚ୍ଚା ଜୋର୍‌ ଧରିଥିଲା। ଏପରି ପରିସ୍ଥିତିରେ ଯେତେବେଳେ ଫିଲ୍ମ ‘ଜଗା ଜାସୁସ’ ସମୟରେ କ୍ୟାଟ୍ରିନାଙ୍କୁ ରଣବୀରଙ୍କ ବିଷୟରେ ପଚରାଯାଇଥିଲା, ସେତେବେଳେ ସେ ତେର୍ଚ୍ଛା ବାଣ ମାରିଥିଲେ। କହିଥିଲେ, ସେ ମୋ’ର ଭଲବନ୍ଧୁ। ମାତ୍ର ଜଣେ ଖରାପ ନିର୍ମାତା। ସେ ବହୁତ ଅଳସୁଆ। କ୍ୟାଟ୍‌ଙ୍କ ଏହି ଉତ୍ତର ଶୁଣି ରଣବୀର କିଛି ନ କହି କେବଳ ହଁ ମାରିଥିଲେ।
ସୂଚନାଯୋଗ୍ୟ, ଫିଲ୍ମ ‘ଜଗା ଜାସୁସ’ର ନିର୍ମାତା ଭାବରେ ରଣବୀର କପୁର ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମ ନିର୍ମାଣରେ ଅନେକ ଅସୁବିଧା ହୋଇଥିଲା। ଯେଉଁଥିପାଇଁ ଏହାକୁ ପ୍ରସ୍ତୁତ କରିବାକୁ ବହୁ ସମୟ ଲାଗିଥିଲା।

Share